ସମ୍ବଲପୁର : ଗୁରୁବାର ରାତି ୯ଟାରୁ ୧୦ଟା ମଧ୍ୟରେ ହୀରାକୁଦ ବନ୍ଧର ୩ଟି ଗେଟ୍ ଖୋଲା ଯାଇଛି। ଜଳଭଣ୍ଡାରର ସ୍ତର ୬୦୫ ଫୁଟ୍ ପାଖାପାଖି ହେବା ସହ ଜଳପ୍ରବେଶ ବୃଦ୍ଧି ପାଇବା ପରେ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ମଙ୍ଗଳବାର ଦିନ ହୀରାକୁଦର ସମସ୍ତ ଗେଟ୍ ବନ୍ଦ କରା ଯାଇଥିଲାବେଳେ ୨ ଦିନ ପରେ ପୁଣି ଜଳ ନିଷ୍କାସନ ଆରମ୍ଭ ହୋଇଛି। ଗୁରୁବାର ରାତି ୯ଟା ବେଳେ ହୀରାକୁଦ ଜଳ ସ୍ତର ୬୦୪.୮୩ ଫୁଟ୍ ଥିଲା। ସେତିକି ବେଳେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୮୫,୪୦୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧୮,୪୦୪ କ୍ୟୁସେକ୍ ନିଷ୍କାସିତ ହେଉଥିଲା।ସମସ୍ତ ଗେଟ୍ ବନ୍ଦ ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୧୬.୩୮ ମିଲିମିଟର୍ ଓ ତଳ ମୁଣ୍ଡରେ ୩୦.୪୧ ମିଲିମିଟର୍ ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us