ଉପର ମୁଣ୍ଡରେ ଲଗାଣ ବର୍ଷା : ଖୋଲିଲା ହୀରାକୁଦର ୮ ଗେଟ୍

ଉପର ମୁଣ୍ଡରେ ଲଗାଣ ବର୍ଷା : ଖୋଲିଲା ହୀରାକୁଦର ୮ ଗେଟ୍

????????????????????????????????????

ସମ୍ବଲପୁର : ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ଗୁରୁବାର ହୀରାକୁଦ ବନ୍ଧର ଆଉ ୫ଟି ଗେଟ୍ ଖୋଲା ଯାଇଛି। ଫଳରେ ମୋଟ ୮ଟି ଗେଟ୍ ଦେଇ ମହାନଦୀକୁ ପାଣି ନିଷ୍କାସିତ ହେଉଛି। ଗୁରୁବାର ଭୋର ୫ଟାରୁ ୬ଟା ମଧ୍ୟରେ ୨ଟି ଓ ସକାଳ ୭ଟାରୁ ୮ଟା ମଧ୍ୟରେ ୩ଟି ଗେଟ୍ ଖୋଲା ଯାଇଥିଲା। ଗୁରୁବାର ଦିନ ତମାମ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍‌ରେ ସ୍ଥିର ରହିଥିଲା। ଜଳଭଣ୍ଡାରକୁ ଯେତିକି ପାଣି ପ୍ରବେଶ କରୁଥିଲା ସେତିକି ନିଷ୍କାସିତ କରା ଯାଉଥିଲା। ଗୁରୁବାର ରାତି ୭ଟାରୁ ୯ଟା ମଧ୍ୟରେ ଜଳଭଣ୍ଡାରକୁ ହାରାହାରି ୧,୫୨,୦୬୨ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡାର ୧୨.୨୦ ମିମି ଏବଂ ତଳ ମୁଣ୍ଡରେ ୨୭.୬୦ ମିମି ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe