୨୩ରେ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସନ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ; ମହାନଦୀ ଓ ଶାଖାନଦୀରେ ବୃଦ୍ଧି ପାଇବ ଜଳସ୍ତର

Advertisment
୨୩ରେ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସନ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ; ମହାନଦୀ ଓ ଶାଖାନଦୀରେ ବୃଦ୍ଧି ପାଇବ ଜଳସ୍ତର

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳସ୍ତର ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ନଦୀବନ୍ଧରୁ ଚଳିତ ମାସ ୨୩ ତାରିଖରେ ପ୍ରଥମ ଥର ପାଇଁ ବନ୍ୟାଜଳ ଛଡାଯିବ। ସକାଳ ୯ଟା ସମୟରେ ଏହି ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ବୁର୍ଲାସ୍ଥିତ ‘ହୀରାକୁଦ ହେଡ ୱାର୍କ୍ସ ଏବଂ ଅତିରିକ୍ତ ସ୍ପିଲୱେ’ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୁଶୀଳ ବେହେରା ଏହି ସୂଚନା ଦେଇଛନ୍ତି।

ଶ୍ରୀ ବେହେରା କହିଛନ୍ତି ଯେ, ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯିବା ଫଳରେ ମହାନଦୀ ଓ ଏହାର ଶାଖାନଦୀରେ ବୃଦ୍ଧି ପାଇବ ଜଳସ୍ତର। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।  ଏହି ସମୟରେ ଯେପରି କୌଣସି ଦୁର୍ଘଟଣା ନଘଟେ ସେଥିପାଇଁ ନଦୀରେ ପ୍ରବେଶ ନକରିବାକୁ ପ୍ରଶାସନ ସତର୍କ କରିଛି।

ରିପୋର୍ଟ ଅନୁସାରେ ଆଜି ମଧ୍ୟାହ୍ନ ୧୨ଟାରେ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୧,୪୦,୦୪୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା। ଏହି ସମୟରେ ଜଳଭଣ୍ଡାରରୁ ‌ସେକେଣ୍ଡ ପିଛା ୩୯,୭୫୩ କ୍ୟୁସେକ ଜଳ ନିଷ୍ପାସନ ହେଉଥିଲା। ପାୱାର ଚେନାଲ ମାଧ୍ୟୟମରେ ୩୬,୫୪୪, ଚାଷ ପାଇଁ ୨୯୨୫ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବିଏମସି ପାଇଁ ୨୩୭୫ କ୍ୟୁସେକ, ଏସଏମସି ପାଇଁ ୫୦୦ କ୍ୟୁସେକ, ସମ୍ବଲପୁର ପାଇଁ ୫୦ ଓ ଶିଳ୍ପ ପାଇଁ ୨୭୪କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe