ହୀରାକୁଦ ଜଳସ୍ତର ୫୯୮.୬୨ ଫୁଟ୍

Advertisment

ଇନ୍ଦ୍ରାବତୀ ଜଳସ୍ତର ସାମାନ୍ୟ ବୃଦ୍ଧି

ଇନ୍ଦ୍ରାବତୀ ଜଳସ୍ତର ସାମାନ୍ୟ ବୃଦ୍ଧି

sambalpur.nic.in

ସମ୍ବଲପୁର : ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବୃଦ୍ଧି ପାଇବା ସହ ଜଳସ୍ତର ସାମାନ୍ୟ ଉପରକୁ ଉଠିଛି। ରବିବାର ରାତି ୯ଟା ସୁଦ୍ଧା ଜଳସ୍ତର ୫୯୮.୬୨ ଫୁଟ ଥିଲାବେଳେ ଜଳଭଣ୍ଡାର ମଧ୍ୟକୁ ୨୭, ୫୧୦ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା। ସେହି ସମୟରେ ବିଭିନ୍ନ ମାର୍ଗ ଦେଇ ୧୨୬୧୯ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ବନ୍ଧ ଉପର ମୁଣ୍ଡରେ ୬.୩୩ ଓ ତଳ ମୁଣ୍ଡରେ ୧୦.୨୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ରବିବାର ବୁର୍ଲା ପାୱାର ହାଉସ୍‌ରେ ହାରାହାରି ୧୨.୫ ମେଗାୱାଟ୍‌ ଓ ଚିପିଲିମା ପାୱାର ହାଉସ୍‌ରେ ୧୨ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହୋଇଥିବା ଜଣା ପଡ଼ିଛି।

ଇନ୍ଦ୍ରାବତୀ ଜଳସ୍ତର ସାମାନ୍ୟ ବୃଦ୍ଧି

ଜୟପାଟଣା : ଗତ ତିନି ଦିନର ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳ ଭଣ୍ଡାର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି। ଗତ ୨୫ ତାରିଖ ଦିନ ଜଳ ଭଣ୍ଡାରର ଜଳସ୍ତର ୬୩୦.୪୬ ଥିବାବେଳେ ରବିବାର ସକାଳୁ ଜଳସ୍ତର ୬୩୧.୩୩ ମିଟରରେ ପହଞ୍ଚିଛି। ଇନ୍ଦ୍ରାବତୀ ଜଳ ଭଣ୍ଡାରର ମୋଟ କ୍ଷମତା ୬୪୨ ମିଟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe