ହୀରାକୁଦ ଜଳସ୍ତର ୬୩୦ ଫୁଟ୍‌ରେ ସ୍ଥିର, ୧ ଗେଟ ଖୋଲା

Advertisment
ଜଳଭଣ୍ଡାରରେ ପାଣି, ମହାନଦୀ ଶୁଖିଲା, ବିଜୁଳି ଉତ୍ପାଦନ ନହେବା ନେଇ ପ୍ରଶ୍ନ

ସମ୍ବଲପୁର : ଶନିବାର ରାତି ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୩୦ ଫୁଟ୍‌ରେ ସ୍ଥିର ରହିଥିଲା। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୩୮,୦୭୫ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲା ସମୟରେ ବିଭିନ୍ନ ମାର୍ଗ ଦେଇ ସେହି ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ଡାହାଣ ପାର୍ଶ୍ବର ଗୋଟିଏ ସ୍ଲୁଇସ୍ ଗେଟ୍‌ ଦେଇ ୧୬,୪୪୦ କ୍ୟୁସେକ୍‌ ପାଣି ମହାନଦୀକୁ ଛଡ଼ା ଯାଉଥିଲା। ସେହିପରି ପାୱାର ଚାନେଲ ଦେଇ ୧୭,୬୪୯ କ୍ୟୁସେକ୍‌, ବିଭିନ୍ନ କେନାଲ ଦେଇ ୩,୮୧୬ କ୍ୟୁସେକ୍‌, ଶିଳ୍ପସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ଏହି ସମୟରେ ହୀରାକୁଦ ତଳମୁଣ୍ଡ ପଥର୍ଲାରେ ୧୯,୬୫୯ କ୍ୟୁସେକ୍‌, ଖଇରମାଳରେ ୬୦,୦୦୦ କ୍ୟୁସେକ୍‌, ବରମୂଳରେ ୭୮,୫୦୦ କ୍ୟୁସେକ୍‌ ଓ ମୁଣ୍ଡଳୀରେ ୧,୦୦,୪୦୦ କ୍ୟୁସେକ୍‌ ଚଳ ପ୍ରବାହିତ ହେଉଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe