India Water Portal
ସମ୍ବଲପୁର : ୧୩ ଦିନ ହେଲା ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ନାହିଁ। ଏଥିଯୋଗୁଁ ହ୍ରାସ ପାଇବାରେ ଲାଗିଛି ଜଳସ୍ତର। ଗତବର୍ଷ ଏହି ସମୟରେ ଜଳଭଣ୍ଡାରର ଜଳସ୍ତର ୬୦୭.୫୮ ଫୁଟରେ ପହଞ୍ଚି ଗେଟ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଥିଲା। ବର୍ତ୍ତମାନ ଜଳସ୍ତର ୬୦୦ ଫୁଟରୁ ଖସି ୫୯୯.୫୮ ଫୁଟରେ ପହଞ୍ଚିଛି। ଏପରିକି ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୩୪୧ ଘନଫୁଟ ପାଣି ପ୍ରବେଶ, ୧୭,୭୧୭ ଘନଫୁଟ ପାଣି ନିଷ୍କାସିତ ହୋଇଛି। ବରଗଡ଼ କେନାଲକୁ ୩୪୦୩ କ୍ୟୁସେକ, ଶାସନ ୭୫୦ କ୍ୟୁସେକ, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିକୁ ୧୧୧ କ୍ୟୁସେକ, ଶିଳ୍ପକୁ ୧୭୦ କ୍ୟୁସେକ ପାଣି ଛଡ଼ାଯାଇଛି।
Follow Us