ସମ୍ବଲପୁର : ଆଜି ହୀରାକୁଦ ବନ୍ଧର ଆଉ ଏକ ଗେଟ୍ ଖୋଲା ଯାଇଛି। ଫଳରେ ବନ୍ଧ ବାମ ପାର୍ଶ୍ୱ ସ୍ପିଲ୍ େଓ୍ଵ’ର ୩ଟି ଓ ଡାହାଣ ପାର୍ଶ୍ୱର ଗୋଟିଏକୁ ମିଶାଇ ମୋଟ ୪ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି। ରବିବାର ରାତି ୯ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ସ୍ତର ୬୨୨.୬୯ ଫୁଟ୍ରେ ପହଞ୍ଚିଥିଲା। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ହାରାହାରି ୭୨,୬୩୭ ଘନଫୁଟ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୭୫,୨୨୬ କ୍ୟୁସେକ୍ ନିଷ୍କାସିତ ହେଉଥିଲା। ଶନିବାର ସକାଳ ୮ଟା ୩୦ରୁ ରବିବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ବନ୍ଧ ଉପର ମୁଣ୍ଡରେ ୧୨.୪୧ ମିଲିମିଟର ଓ ତଳ ମୁଣ୍ଡରେ ୪୪.୦୯ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
ହୀରାକୁଦ ଜଳସ୍ତର ୬୨୨ ଫୁଟ୍, ୪ ଗେଟ୍ ଖୋଲା
Advertisment
Follow Us