Kalinga TV
ହୀରାକୁଦ: ହୀରାକୁଦ ଜଳଭଣ୍ଡାରୁ ଗେଟ୍ ଖୋଲାଯିବା ପରେ ମହାନଦୀ ଶଯ୍ୟାକୁ ଚରିବାକୁ ଯାଇଥିବା ଗାଈମାନେ ଆସିନପାରି ଏକ ଟାପୁରେ ରହିଯାଇଥିଲେ। ଗତ ଦୁଇଦିନ ହେଲା ସେମାନେ ଟାପୁରେ ଚରାବୁଲା କରିଥିଲେ। ଆଜି ସକାଳେ କିଛି ଯୁବକଙ୍କ ନଜରକୁ ଏହା ଆସିବା ପରେ ସେମାନେ ସ୍ବେଚ୍ଛାସେବୀ କାର୍ତ୍ତିକ କଲେତଙ୍କୁ ସୂଚନା ଦେଇଥିଲେ।
କାର୍ତ୍ତିକ ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଆବଶ୍ୟକ ପଦକ୍ଷେପ ପାଇଁ ନିବେଦନ କରିଥିଲେ। ଜିଲ୍ଲାପାଳ ମଧ୍ୟ ଶୀଘ୍ର ଉଦ୍ଧାରକାରୀ ଦଳକୁ ସେଠାକୁ ପଠାଇ ଥିଲେ। ଏଥି ପାଇଁ ତହସିଲଦାରଙ୍କୁ ଦାୟିତ୍ବ ଦିଆଯାଇଥିଲା। ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ପରେ କିଛି ସମୟ ପାଇଁ ହୀରାକୁଦ ଜଳଭଣ୍ଡାରର ଖୋଲାଥିବା ସବୁ ଗେଟ୍ ବନ୍ଦ କରି ଦିଆଯାଇଥିଲା। ଜଳସ୍ରୋତ କମିବା ପରେ ଗାଈମାନଙ୍କୁ ଉଦ୍ଧାର କରାଯାଇଥିଲା। ଆଉ ପରେ ପୁଣି ଆବଶ୍ୟକତା ମୁତାବକ ଗେଟ୍ ଖୋଲାଯାଇଥିବା ଜଣାପଡ଼ିଛି।
Follow Us