ଖୋଲିଲା ହୀରାକୁଦ ଗେଟ, ସେକେଣ୍ଡ ପ୍ରତି ନିଷ୍କାସିତ ହେଉଛି ୭୫୦୦୦ କ୍ୟୁସେକ ପାଣି

କଲ୍‌ମାର ପଡ଼ିଲା ୬୩ ଗେଟ୍, ହୀରାକୁଦ ଜଳସ୍ତର ପ୍ରଭାବିତ

ସମ୍ୱଲପୁର: ହୀରାକୁଦରୁ ଆଜି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି | ୭ ନମ୍ବର ଗେଟ ଦେଇ ପ୍ରଥମ ବନ୍ୟାଜଳ ଛଡାଯାଇଛି | ସେକେଣ୍ଡ ପ୍ରତି ୭୫ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିବାବେଳେ ବର୍ତ୍ତମାନ ଗୋଟିଏ ଗେଟ ଖୋଲାଯାଇଛି | ପର୍ଯ୍ୟାୟ କ୍ରମେ ଆଉ ୪ଟି ଗେଟ ଖୋଲାଯିବ | ଉଲ୍ଲେଖ ଥାଉ କି ଶୁକ୍ରବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୫୮ଫୁଟ୍‌ରେ ପହଂଚିଥିବା ବେଳେ ଶନିବାର ଏହି ସମୟରେ ଜଳସ୍ତର ୬୧୪.୪୩ ଫୁଟ୍‌ରେ ପହଂଚିଥିଲା । ଏହି ସମୟରେ ଜଳଭଣ୍ଡାରକୁ ୬୪,୮୦୦ କ୍ୟୁସେକ୍ ଜଳପ୍ରବେଶ କରୁଥିବା ବେଳେ ୪୦,୭୨୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା।

ସେଥିରୁ ୩୭,୩୭୮ କ୍ୟୁସେକ୍ ଜଳ ପାୱାର ଚାନେଲ ଦେଇ ମହାନଦୀରେ ନିଷ୍କାସିତ ହେଉଥିବା ବେଳେ ୩୦୭୩ କ୍ୟୁସେକ୍ ଜଳସେଚନ ନିମନ୍ତେ କେନାଲଗୁଡ଼ିକରେ ଛଡ଼ାଯାଇଛି। ଆଜି ସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ପରେ ଗେଟ ଖୋଲାଯାଇଛି । ଗତ ବର୍ଷ ୧୮ ଜୁଲାଇରେ ସେହି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୦୮ ଫୁଟ୍‌ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe