ହୀରାକୁଦ ଆଇଟିଆଇ ଛାତ୍ର ସର୍ବଭାରତୀୟ ଟପ୍ପର

ହୀରାକୁଦ ଆଇଟିଆଇ ଛାତ୍ର ସର୍ବଭାରତୀୟ ଟପ୍ପର

ହୀରାକୁଦ : ହୀରାକୁଦ ଆଇଟିଆଇର ମେସିନିଷ୍ଟ ଛାତ୍ର ବୀରେନ୍ଦ୍ର ସେଠ ସର୍ବଭାରତୀୟ ଟ୍ରେଡ୍‌ ପରୀକ୍ଷାରେ ସାରା ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଏହି ସଫଳତା ହାସଲ କରି ସେ ହୀରାକୁଦ ଆଇଟିଆଇ ସମେତ ସାରା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ଏହି ସଫଳତାର ଶ୍ରେୟ ସେ ତାଙ୍କ ବାପା ମାଆ ଓ ପରିବାର ଲୋକଙ୍କ ଦେଇଛନ୍ତି। ଏହା ସହିତ ହୀରାକୁଦ ଆଇଟିଆଇର ଅଧ୍ୟକ୍ଷ, ତାଲିମ ଅଧିକାରୀ ଓ ସହପାଠୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି ବୀରେନ୍ଦ୍ର। ବୀରେନ୍ଦ୍ରଙ୍କ ଉଜ୍ଜ୍ବଳ ଭିବଷ୍ୟତ କାମନା କରିବା ସହ ହୀରାକୁଦ ଆଇଟିଆଇ ଅଧ୍ୟକ୍ଷ ଇଂ ସଚ୍ଚିଦାନନ୍ଦ ପାଢ଼ୀ ବିରେନ୍ଦ୍ରଙ୍କ ସଫଳତା ଶିକ୍ଷାନୁଷ୍ଠାନ ପାଇଁ ଆହୁରି ସଫଳ ଛାତ୍ର ସୃଷ୍ଟି କରିବାରେ ସହାୟକ ହେବ ବୋଲି କହିଛନ୍ତି।

ଗତ ଫେବ୍ରୁଆରି ମାସରେ ଏହି ପରୀକ୍ଷା ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହୋଇଥିଲା। ୩୧ ତାରିଖ ଦିନ ଏହାର ଫଳାଫଳ ପ୍ରକାଶ ପାଇଥିଲା। ୫୪୧୧୨୩ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ବେଳେ ୩୯୪୫୭୬(୭୨.୯%) ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe