ହୀରାକୁଦର ୧୦ ଗେଟ୍ ଖୋଲା

ଏଥର ବିପଦ ‘ଭେଟି’ ଦେଲା ଝାଡ଼ଖଣ୍ଡ: ସୁବର୍ଣ୍ଣରେଖାରେ ବଡ଼ ବନ୍ୟା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ି ଚାଲିଛି। ଗୁରୁବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୪.୨୭ ଫୁଟ୍‌ରେ ପହଂଚିଛି। ସେହି ସମୟରେ ଜଳଭଣ୍ଡାରକୁ ୧,୦୪,୦୨୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧,୯୩, ୧୩୪ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଗତକାଲି ୫ଟି ସ୍ପିଲୱେ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଗୁରୁବାର ଦିନ ପର୍ଯ୍ୟାୟକ୍ରମେ ପୁଣି ୫ଟି ସ୍ପିଲୱେ ଖୋଲାଯାଇଥିଲା। ଜଳଭଣ୍ଡାରରୁ ସର୍ବମୋଟ ୧୦ଟି ସ୍ପିଲୱେ ଦେଇ ୧,୫୨,୧୯୦ କ୍ୟୁସେକ ଏବଂ ପାୱାର ଚାନେଲ ଦେଇ ୩୬,୨୫୮ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି।

ସେହିପରି ଜଳସେଚନ ନିମନ୍ତେ ୪୪୧୩ କ୍ୟୁସେକ ଜଳ ବିଭିନ୍ନ କେନାଲରେ ଛଡ଼ାଯାଇଛି। ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୩ କ୍ୟୁ‌ସେକ ଜଳ ଜଳଭଣ୍ଡାରରୁ ଟାଣୁଛନ୍ତି। ଏଭଳି ସ୍ଥିତିରେ ମହାନଦୀ ଫୁଲିବାରେ ଲାଗିଛି। ବେଲଗାଁ, ପଥର୍ଲା, ଖଇରମାଲ, ବାରମୂଲ, ମୁଣ୍ଡୁଲିଠାରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଉପରମୁଣ୍ଡରେ ବର୍ଷା ଏବଂ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ମାତ୍ରା ଦେଖି ପୁଣି ଆଜି (ଶୁକ୍ରବାର) ଅଧିକ ଗେଟ୍‌ ଖୋଲାଯିବ ନା’ ବନ୍ଦ କରାଯିବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe