ହୀରାକୁଦର ୫ ଗେଟ୍‌ ଖୋଲା

ହୀରାକୁଦର ୫ ଗେଟ୍‌ ଖୋଲା

ସମ୍ବଲପୁର :ଗୁରୁବାର ଜଳପ୍ରବଶ ବୃଦ୍ଧି ପାଇବା କାରଣରୁ ହୀରାକୁଦ ଜଳଭଣ୍ଡାରର ୫ଟି ସ୍ଲଇସ୍‌ ଗେଟ୍‌ ଖୋଲାଯାଇଛି। ସନ୍ଧ୍ୟା ୬ଟାରେ ଜଳଭଣ୍ଡାରର ଜଳସ୍ତର ୬୩୦.୪୭ ଫୁଟ୍‌ ରହିଥିବା ବେଳେ ଜଳଭଣ୍ଡାରକୁ ୮୯,୮୭୯ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଜଳଭଣ୍ଡାରକୁ ୫ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୮୨,୦୦୦ କ୍ୟୁସେକ, ପାଓ୍ଵାର ଚାନେଲ ଦେଇ ୨୫,୦୯୭ କ୍ୟୁସେକ, ବରଗଡ଼ କେନାଲରେ ୩୯୮୨କ୍ୟୁସେକ, ଶାସନ କେନାଲରେ ୬୩୦ କ୍ୟୁସେକ, ସମ୍ବଲପୁର କେନାଲରେ ୯୧ କ୍ୟୁସେକ ପାଣି ଛଡ଼ାଯାଇଛି। ଉପର ମୁଣ୍ଡରୁ ଜଳପ୍ରବେଶ ମାତ୍ର ହ୍ରାସ ପାଉଥିବାରୁ ବିଳମ୍ବ ରାତିରେ ସମସ୍ତ ଗେଟ୍‌ ବନ୍ଦ କରାଯାଇଥିବା ବନ୍ଧ କର୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe