ହୀରାକୁଦ: ବଢ଼ିଲା ରୋପ୍‌ୱେ ଦର

Advertisment
ହୀରାକୁଦ: ବଢ଼ିଲା ରୋପ୍‌ୱେ ଦର

Odisha Bytes

ସମ୍ବଲପୁର: ହୀରାକୁଦ ଜବାହର ଉଦ୍ୟାନ ଟାରେ ଥିବା ରୋପ୍‌ ୱେ ଦର ବୃଦ୍ଧି ଘଟିଛି। ସମ୍ବଲପୁର ମହାନଗର ନିଗମ ପକ୍ଷରୁ ରୋପ ୱେ ଦର ୧୦ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଦର ୬୦ ଟଙ୍କା ରହିଥିବା ବେଳେ ଏଣିକି ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ ତଳେ ଥିବା ଜବାହର ଉଦ୍ୟାନରୁ ଗାନ୍ଧୀ ମିନାରକୁ ଯାଇ ଫେରିବା ପାଇଁ ୭୦ ଟଙ୍କା ଦେବାକୁ ପଡ଼ିବ। କରୋନା କମିବା ପରେ ଯେତେବେଳେ ରୋପ୍‌ ୱେ ପୁନଃ ଆରମ୍ଭ ହୋଇଥିଲା, ସେତେବେଲେ ୫୦ ଟଙ୍କା ଦର ଥିବା ବେଳେ କିଛି ମାସ ପରେ ଏହାକୁ ୬୦ ଟଙ୍କା କରାଯାଇଥିଲା।

ତେବେ ରକ୍ଷଣାବେକ୍ଷଣ ଓ ଅନ୍ୟ ଖର୍ଚ୍ଚ ପାଇଁ ପୁନଃ ଦର ବୃଦ୍ଧି କରାଯାଇଥିବା ଏସ୍‌ଏମ୍‌ସି ପକ୍ଷରୁ କହାଯାଇଛି। ବର୍ତ୍ତମାନ ରୋପ୍‌ ୱେରେ ଥିବା ସମସ୍ତ ୪ଟି ଯାକ କେବିନ୍‌ କାର୍ଯ୍ୟକ୍ଷମ ଅଛି। ପ୍ରତି କ୍ୟାବିନରେ ୪ ଜଣ ବସିବାର ବ୍ୟବସ୍ଥା ରହିଛି। ତେବେ ଗତ ୫ ଦିନରେ ଦୈନିକ ହାରାହାରି ୨୬୮ ଜଣ ପର୍ଯ୍ୟଟକ ରୋପ୍‌ ୱେରେ ବସିଥିବା ଏସ୍‌ଏମ୍‌ସି ପକ୍ଷରୁ କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe