ହୀରାକୁଦ ଜଳସ୍ତର ୬୨୯ ଫୁଟ୍‌ ଡେଇଁଲା

Advertisment
ହୀରାକୁଦ ବିସ୍ଥାପିତଙ୍କ ଥଇଥାନ ପ୍ରସଙ୍ଗ : ଏଚ୍‌ଆର୍‌ସିକୁ ଠିକ୍‌ ତଥ୍ୟ ଦିଅନ୍ତୁ ସରକାର: ସଂଗ୍ରାମ ସମିତି

ସମ୍ବଲପୁର : ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ପ୍ରଥମଥର ପାଇଁ ୬୨୯ ଫୁଟ୍ ଅତିକ୍ରମ କରିଛି। ହୀରାକୁଦର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ଥିଲା‌େ‌ବଳେ ବୁଧବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୨୯.୨୯ ଫୁଟ୍‌ରେ ପହଞ୍ଚିଛି। ରୁଲ୍ କର୍ଭ ଅନୁଯାୟୀ ସେପ୍‌ଟେମ୍ବର ୨୧ ତାରିଖ ସୁଦ୍ଧା ଜଳସ୍ତର ୬୨୯.୫ ଫୁଟ୍ ଛୁଇଁବା କଥା। ସେପ୍‌ଟେମ୍ବର ୨୧ରୁ ସେପ୍‌ଟେମ୍ବର ୩୦ ମଧ୍ୟରେ ଜଳସ୍ତର ୬୨୯.୫ରୁ ୬୩୦ ଫୁଟ୍‌ ମଧ୍ୟରେ ରଖାଯାଇ ଅକ୍ଟୋବର ୧ ସୁଦ୍ଧା ଜଳଭଣ୍ଡାର ପୂର୍ଣ୍ଣ କରାଯିବାର ନିୟମ ରହିଛି। ଚଳିତ ବର୍ଷ ଏହି ଅନୁଯାୟୀ ସବୁ ଠିକ୍ ଚାଲିଛି ଓ ‌ଜଳଭଣ୍ଡାରର ସ୍ତର ସଂପୂର୍ଣ୍ଣଭାବେ ନିୟନ୍ତ୍ରଣରେ ରହିଛି। ବୁଧବାର ରାତି ୯ଟା ବେଳକୁ ଜଳଭଣ୍ଡାର ମଧ୍ୟକୁ ୫୯,୭୦୯ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨୧,୫୯୦ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ତନ୍ମଧ୍ୟରୁ ପାୱାର ଚାନେଲ ଦେଇ ୧୮,୦୭୫ କ୍ୟୁସେକ୍‌, ବିଭିନ୍ନ କେନାଲ ଦେଇ ୩,୩୪୫ କ୍ୟୁସେକ୍‌ ଓ ଶିଳ୍ପସଂସ୍ଥା ଗୁଡ଼ିକ ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe