ହୀରାକୁଦ ହେବ ପର୍ଯ୍ୟଟନର ପ୍ରବେଶ ପଥ

Advertisment

ତିଆରି ହେଉଛି ମାଷ୍ଟର୍‌ପ୍ଲାନ୍‌, ଖର୍ଚ୍ଚ ହେବ ୧୩୦ କୋଟି

ତିଆରି ହେଉଛି ମାଷ୍ଟର୍‌ପ୍ଲାନ୍‌, ଖର୍ଚ୍ଚ ହେବ ୧୩୦ କୋଟି

ଗତବର୍ଷଠୁ ୪ ଫୁଟ୍‌ ତଳେ ହୀରାକୁଦ ଜଳସ୍ତର

Image Courtesy of The Telegraph India

ସମ୍ବଲପୁର : ହୀରାକୁଦ ପଶ୍ଚିମ ଓଡ଼ିଶା ପର୍ଯ୍ୟଟନର ପ୍ରବେଶ ପଥ(ଗେଟ୍‌ୱେ) ହେବ। ଏଥିପାଇଁ ସରକାର ମାଷ୍ଟର୍‌ ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି। କାମ ଆରମ୍ଭ ହୋଇସାରିଛି। କିଛି ପ୍ରକଳ୍ପ ଆଗାମୀ ଶୀତଋତୁରେ ସଂପୂର୍ଣ୍ଣ ହୋଇଯିବ। ଆଉ କିଛି ପ୍ରକଳ୍ପ କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଖୁବ୍‌ଶୀଘ୍ର ଆପଣମାନେ ସମ୍ବଲପୁର ଓ ହୀରାକୁଦକୁ ପର୍ଯ୍ୟଟନ ମାନଚିତ୍ରରେ ଭିନ୍ନ ରୂପରେ ଦେଖିବାକୁ ପାଇବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ କହିଛନ୍ତି।

ବୁଧବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଲେ, ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ଏକ ପ୍ରତିଷ୍ଠିତ କମ୍ପାନି ଆସନ୍ତା ମାସେ ମଧ୍ୟରେ ମାଷ୍ଟର୍‌ ପ୍ଲାନ୍‌ ପ୍ରସ୍ତୁତ କରିବ। ହୀରାକୁଦରେ କ୍ରୁଜ୍‌ ବୋଟ୍‌ ସୁବିଧା କରାଯିବ। ଏଥିପାଇଁ ଜଳଭଣ୍ଡାରରେ ଖୁବ୍ ଭଲ ଓ ସୁନ୍ଦର ପାଣି ରହିଛି। ଆସନ୍ତା ଡିସେମ୍ବର-ଜାନୁଆରି ମଧ୍ୟରେ ୨ଟି ଲକ୍‌ଜରି ବୋଟ୍‌ ହୀରାକୁଦରେ ପକାଯିବ। ଗୋଟିଏ ଫ୍ଲୋଟିଂ ରେସ୍ତୋରାଁ ଓ ଅନ୍ତର୍ଜାତୀୟ ମାନର ବୋଟ୍‌ କ୍ଲବ୍ ହେବ। ଏଥି ପାଇଁ ଜାଗା ଚିହ୍ନଟ ହୋଇ ସାରିଛି। ଉକ୍ତ କ୍ଲବ୍‌ରେ ଜେଟି, ରେସ୍ତୋରାଁ, ଦୋକାନ, ଗାର୍ଡେନ୍‌ ଆଦି ରହିବ। ସୁନ୍ଦର ଆଲୋକୀକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ଯେଉଁ ସ୍ଥାନ ବଛା ଯାଇଛି ତା ସାମ୍‌ନାରେ ଏକ ଦ୍ବୀପ (ଆଇଲାଣ୍ଡ) ରହିଛି। ଉକ୍ତ ଦ୍ବୀପରେ ପରିବେଶ ପର୍ଯ୍ୟଟନ କାର୍ଯ୍ୟକ୍ରମ ଜରିଆରେ ପର୍ଯ୍ୟଟକଙ୍କ ରହିବା ପାଇଁ କଟେଜ୍‌ ନିର୍ମାଣ କରାଯିବ। ଏହାବ୍ୟତୀତ ଇକୋ ଟୁରିଜିମ୍‌ ଏଣିକି ୫ ବର୍ଷ ପାଇଁ କରାଯିବ। ହୀରାକୁଦ ସମେତ ଓଡ଼ିଶାର ୭ଟି ସ୍ଥାନରେ ଏଥିପାଇଁ ୫ ବର୍ଷ ନିମନ୍ତେ ସ୍ଥାୟୀ ବ୍ୟବସ୍ଥା କରାଯିବ। ହୀରାକୁଦ ପର୍ଯ୍ୟଟନସ୍ଥଳକୁ ବିଭିନ୍ନ ପ୍ରକାରେ ବିକଶିତ କରାଯିବ। ଲୋକେ ପାଣି ପାଖରେ ଚାଲିବା, ବସିବା, ଅବସର ବିନୋଦନ, ୱାଟର୍‌ ସ୍ପୋର୍ଟସର ମଜା ନେବା ପାଇଁ ବ୍ୟବସ୍ଥା କରାଯିବ। ଲେଜର୍‌ ସୋ, ଆକ୍ବାରିୟମ୍, ବଟର୍‌ଫ୍ଲାଏ ପାର୍କ, ଯୋଗ ଗାର୍ଡେନ୍, ସଫାରିର ବ୍ୟବସ୍ଥା ରହିବ। ଡେବ୍ରିଗଡ଼ ଅଭୟାରଣ୍ୟକୁ ବି ହୀରାକୁଦ ପର୍ଯ୍ୟଟନ ସହ ଯୋଡ଼ାଯିବ। ଡ୍ରେବିଗଡ଼ରେ ଜଙ୍ଗଲ ସଫାରି ଚାଲିଥିଲାବେଳେ ଖୁବ୍‌ଶୀଘ୍ର ୱାଟର୍‌ ସଫାରି ଆରମ୍ଭ ହେବାକୁ ଯାଉଛି। ଏଥିରେ ୩ଟି ବୋଟ୍‌ ୩ଟି ରୁଟ୍‌ରେ ଚାଲିବ। ହୀରାକୁଦ ରିଭର୍‌ ଫ୍ରଣ୍ଟରେ ବିଳାସପୂର୍ଣ୍ଣ ହୋଟେଲ୍ ନିର୍ମାଣ ପାଇଁ ନାମୀ ହୋଟେଲ୍ କମ୍ପାନି ଗୁଡ଼ିକୁ ସହ ଯୋଗାଯୋଗ କରାଯାଇଛି। ସ୍ଥାନୀୟ ହୋଟେଲ୍ ଇଣ୍ଡଷ୍ଟ୍ରି ସହ ମଧ୍ୟ ଏଥି ପାଇଁ ଆଲୋଚନା ହୋଇଛି। ହୋଟେଲ୍‌ ଶିଳ୍ପର ବିକାଶ ହେଲେ ପର୍ଯ୍ୟଟନର ବିକାଶ ସମ୍ଭବ ହେବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ଏହି ପ୍ରକଳ୍ପ ପାଇଁ ପର୍ଯ୍ୟଟନ ବିଭାଗର ୧୩୦ କୋଟି ଟଙ୍କା ବ୍ୟତୀତ ଜଙ୍ଗଲ ଓ ପରିବେଶ ବିଭାଗ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମଧ୍ୟ କିଛି କିଛି ବ୍ୟୟ କରିବେ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସହ କ୍ରୀଡ଼ା ଓ ପର୍ଯ୍ୟଟନ ସଚିବ ବିଶାଲ ଦେବ, ଭାରପ୍ରାପ୍ତ ଜିଲ୍ଲାପାଳ ସୁକାନ୍ତ ତ୍ରିପାଠୀ, ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଶ୍ରୀ ତ୍ରିପାଠୀ ସମସ୍ତ ଅଧିକାରୀଙ୍କ ସହ ହୀରାକୁଦ ଜଳଭଣ୍ଡାର ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପ ପାଇଁ ସ୍ଥିତିର ସମୀକ୍ଷା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe