ହିରଣ୍ୟ, ଶାନ୍ତିଶୀଳ ଓ ଶିବଙ୍କୁ ଜୀବିକା ଦେଇଛି ବର୍ଜ୍ୟବସ୍ତୁ 

Advertisment
ହିରଣ୍ୟ, ଶାନ୍ତିଶୀଳ ଓ ଶିବଙ୍କୁ ଜୀବିକା ଦେଇଛି ବର୍ଜ୍ୟବସ୍ତୁ 

ଜୟପୁର: ହିରଣ୍ୟ, ଶାନ୍ତିଶୀଳ ଓ ଶିବଙ୍କୁ ଜୀବିକା ଦେଇଛି ପ୍ଲାଷ୍ଟିକ, ଆଟା ଡକୁ, ଘରର ଅଦରକାରୀ ବର୍ଜବସ୍ତୁ। ସହରର ଗଳିକନ୍ଦି ବୁଲି ସଂଗ୍ରହ କରି ଏହି ସବୁ ଅଦରକାରୀ ସାମଗ୍ରୀକୁ ବିକ୍ରି କରି ପାଉଛନ୍ତି ଦି ପଇସା। ବସ୍ତି ଅଂଚଳରେ ରହୁଥିବା ଏବଂ ଗାଁରୁ ବଂଚିବା ପାଇଁ ସହରକୁ ଆସିଥିବା କିଛି ଗରିବ ଲୋକଙ୍କ ପାଇଁ ପାଲଟିଛି ଜୀବନଧାରଣର ମୁଖ୍ୟ ମାଧ୍ୟମ। ଦିନଟି ଯାକ କଷ୍ଟ କରି ଯେଉଁ ଟଙ୍କା ରୋଜଗାର କରୁଛନ୍ତି କଷ୍ଟ ହେଲେବି ଚଳି ଯାଉଛି ପରିବାର।

publive-image

ସ୍ଥାନୀୟ କୁନ୍ଦାରୀଗୁଡ଼ା ଅଂଚଳର ଶିବରାମ ନାଗ ସକାଳ ହେଲେ ହାତରେ ଅଖା ଖଣ୍ତିଏ ଧରି ବାହାରି ଯାଆନ୍ତି ସ˚ଗ୍ରହ ପାଇଁ। ସେଭଳି ହିରଣ୍ୟ ବେନିୟା ଓ ଶାନ୍ତିଶୀଳ ପୌରପାଳିକାରେ ସଫେଇ କର୍ମଚାରୀ ଭାବେ କାମ କରିବା ସହ ବଳକା ସମୟରେ ଏସବୁ ସଂଗ୍ରହ କରି ଅଲଗାରେ ରଖିଥାନ୍ତି। ଲୋକମାନେ ଯେତେବେଳେ କିଛି ସାମଗ୍ରୀକୁ ବ୍ୟବହାର କରି ଫୋପାଡି ଦିଅନ୍ତି ରାସ୍ତା ଘାଟରେ ସେମାନେ ତାକୁ ଉଠାଇ ଆଣନ୍ତି। ସହରରେ ଦିନ ତମାମ ବୁଲି ସ˚ଗ୍ରହ କରନ୍ତି ସେମାନେ। କେବଳ ଯେ ରାସ୍ତା କଡରେ ନୁହଁ ସହରରେ ବିଭିନ୍ନ ସ୍ଥାନରେ ରହିଥିବା ଡଷ୍ଟବିନ୍‌ ଓ ଅଳିଆ ଗଦା, ସ୍କେଭଂଜର ଲାଇର ଭିତରୁ ବାହର କରନ୍ତି ଏସବୁ। ସ˚ଗ୍ରହ କରିଥିବା ଏହି ସବୁକୁ ଆଣି ନିଜ କୁଡିଆ ପାଖରେ ଗଦା କରି ରଖିଥାନ୍ତି। କିନ୍ତୁ ସେମାନଙ୍କୁ ପରିଶ୍ରମର ଉଚିତ ମୂଲ୍ୟ ମିଳୁନାହିଁ। ଜୟପୁର ସହରରେ ଏସବୁର କିଲୋ ୬ ଟଙ୍କା ରହିଛି ବୋଲି କହିଛନ୍ତି।        ସେଥିରୁ ଯେଉଁ ଟଙ୍କା ମିଳୁଛି ସେଥିରେ ହିଁ ପନିପରିବା, ଚାଉଳ ଆଦି ଆଣି ପରିବାର ଚଳୁଛି।

publive-image

ଭୋକ ଉପବାସରେ ସେଭଳି ଦିନ କଟୁଛି ବୋଲି କହିଛନ୍ତି। ବର୍ଷ ତମାମ ଏହି କାମ କରି ହେଉଥିଲେ ର୍ହେ କେବଳ ବର୍ଷାମାସରେ ଠିକେ ସମସ୍ୟା ବୋଲି ଏମାନେ କହିଛନ୍ତି। ଏହି ତିନି ମାସ ଓଳିଏ ଖାଇଲେ ଓଳିଏ ଭୋକ ଉପବାସରେ ରହିବାକୁ ପଡୁଛି ବୋଲି କହିଛନ୍ତି ଶିବରାମ। ହିରଣ୍ୟ ଓ ଶାନ୍ତି ଶୀଳ ଯଦିଓ ପୌରପାଳିକାରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ ହେଁ ଭୋରରୁ ଆସି କାମ କରିବା ପରେ ଦିନ ତମାମ ଏହି କାମ କରି ଯାହା କିଛି ମିଳୁଛି ଉଭୟ ବଣ୍ଟା କରି ନେଇ ପରିବାର ଚଳାଉଥିବା କହିଛନ୍ତି। ଏହି ତିନି ହେଁକୁ ବାଦ୍ ଦେଇ ଅନ୍ୟ କିଛି  ବସ୍ତି ଅଂଚଳର ବିଭିନ୍ନ ବୟସବର୍ଗର ଲୋକେ ମଧ୍ୟ ଛୋଟ ଅଖା ଧରି ବାହାରି ପଡନ୍ତି ପ୍ଲାଷ୍ଟିକ ସ˚ଗ୍ରହ କରିବାକୁ। ଯେଉଁ କଁଅଳ ହାତରେ ସେମାନେ ବହି ଓ ଖାତା ଧରି ପାଠ ପଢ଼ିବା କଥା ସେହି ସମୟରେ ହିଁ ସେମାନଙ୍କର ପାଠ ପଡାରେ ଡୋରି ବାନ୍ଧିବା ସହ  ରୋଜଗାରରେ ଲାଗି ପଡିଛନ୍ତି। ଏପରକି ଏମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ କାମ କରୁଥିବା ସ୍ବେଚ୍ଛାସେବୀ ସଂସ୍ଥା ଓ ସରକାରୀ  ଅଧିକାରୀମାନେ  କେବଳ କାଗଜକଲମରେ ଏମାନଙ୍କୁ ପାଠ ପଢ଼ାଉଥିବା ଏବଂ ଆର୍ଥିକସ୍ଥିତିରେ ସ୍ବଚ୍ଛଳ କରିବାକୁ ବାଟ ଦେଖାଉଥିବା ସତମିଛ ରିପୋର୍ଟ ଦାଖଲ କରୁଥିବା ବୁଦ୍ଧିଜୀବୀ ମହଲ‌ୋର ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe