ମହାପୁୁରୁଷ ହାଡ଼ିଦାସ ଐତିହ୍ୟ ତୋରଣ ଉଦ୍‌ଘାଟିତ

Advertisment
ମହାପୁୁରୁଷ ହାଡ଼ିଦାସ ଐତିହ୍ୟ ତୋରଣ ଉଦ୍‌ଘାଟିତ

ଛତିଆ : ମହାପୁରୁଷ ହାଡ଼ିଦାସଙ୍କ ନାମରେ ଏକ ତୋରଣକୁ ସୋମବାର ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଉଦ୍‌ଘାଟନ କରିଛନ୍ତି। ଚମ୍ପାପୁର ଠାରେ ୩.୪୬ ଲକ୍ଷ ଟଙ୍କା ବ୍ୟୟରେ ଏହି ଐତିହ୍ୟ ତୋରଣ ନିର୍ମାଣ କରାଯାଇଛି।

ମହାପୁରୁଷ ହାଡ଼ିଦାସ ତୋରଣ ନିକଟରେ ଯୁବ ସମାଜସେବୀ ଦିଲୀପ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଛତିଆ ଓ ଚମ୍ପାପୁର ପୁଣ୍ୟତୀର୍ଥ ଭାବେ ପରିଚିତ ବୋଲି ବିଧାୟକ ଶ୍ରୀ ଶତପଥୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ସମାଜସେବୀ ଧ୍ରୁବଚରଣ ପ୍ରଧାନ, ମାଧବାନନ୍ଦ ମହାପାତ୍ର, ଶାରଦା ମହାନ୍ତି, ଅମର ମହାନ୍ତି, ଗିରିଶ ପାତ୍ର, ପଞ୍ଚାନନ ଧଳ, ଗଣେଶ୍ବର ବରାଳ, ବାସୁଦେବ ସ୍ବାଇଁ, କୈଳାସ ରାଉତ, ଯଚିନ୍ଦ୍ର ଜେନା, ସରପଞ୍ଚ ଦିଲୀପ ଦାସ, ନିରଞ୍ଜନ ସେନାପତି, ବାଦଲ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ତୋରଣ ନିର୍ମାଣ କରିଥିବା ଶିଳ୍ପୀ ଶରତ ଚନ୍ଦ୍ର ରାଉତଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ଯୁବ ସମାଜସେବୀ ମନୋଜ ସାମଲ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe