ଆସନ୍ତାକାଲି ଐତିହାସିକ ମହୁରୀ ଉଡ଼ାପର୍ବ, ଶହେ ବର୍ଷ ପୁରୁଣା ଉଡ଼ାରେ ଲକ୍ଷାଧିକ ଲୋକଙ୍କ ସମାଗମ ନେଇ ପ୍ରଶାସନ ତତ୍ପର

Advertisment

ମୟୁରଭଞ୍ଜ ଜିଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମର ମଧ୍ୟରେ ପ୍ରତିଷ୍ଠିତ ଦେବୀ ମା’ ବାସୁଳୀଙ୍କ ପୀଠରେ କାହିଁ କେଉଁ ଆବହମାନ କାଳରୁ ଛତୁଆ ସଂକ୍ରାନ୍ତିରେ ଉଡ଼ା ଯାତ୍ରା ପାଳିତ ହୋଇଆସୁଛି। ଆସନ୍ତା କାଲି ୧୫ତାରିଖ ମଙ୍ଗଳବାର ଅପରାହ୍ନରେ ଆରମ୍ଭ ହେବ ଉଡ଼ା ପର୍ବ...

ମୟୁରଭଞ୍ଜ ଜିଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମର ମଧ୍ୟରେ ପ୍ରତିଷ୍ଠିତ ଦେବୀ ମା’ ବାସୁଳୀଙ୍କ ପୀଠରେ କାହିଁ କେଉଁ ଆବହମାନ କାଳରୁ ଛତୁଆ ସଂକ୍ରାନ୍ତିରେ ଉଡ଼ା ଯାତ୍ରା ପାଳିତ ହୋଇଆସୁଛି। ଆସନ୍ତା କାଲି ୧୫ତାରିଖ ମଙ୍ଗଳବାର ଅପରାହ୍ନରେ ଆରମ୍ଭ ହେବ ଉଡ଼ା ପର୍ବ...

historic Mehuri Uda Parva will be held tomorrow, the administration is all set to gather lakhs of people for the hundred-year-old Uda.

historic Mehuri Uda Parva will be held tomorrow, the administration is all set to gather lakhs of people for the hundred-year-old Uda. Photograph: (sambad.in)

ବୈଶିଙ୍ଗା:  ମୟୁରଭଞ୍ଜ ଜିଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମର  ମଧ୍ୟରେ ପ୍ରତିଷ୍ଠିତ ଦେବୀ ମା’ ବାସୁଳୀଙ୍କ ପୀଠରେ କାହିଁ କେଉଁ ଆବହମାନ କାଳରୁ ଛତୁଆ ସଂକ୍ରାନ୍ତିରେ ଉଡ଼ା ଯାତ୍ରା ପାଳିତ ହୋଇଆସୁଛି। ଏହି ଉଡ଼ା ପର୍ବ ଲାଗି ଏପ୍ରିଲ ମାସ ଆରମ୍ଭରୁ ପ୍ରସ୍ତୁତି ଆରମ୍ଭ ହୋଇ ୧୪ତାରିଖରେ ନିଆଁପାଟ ଓ କଣ୍ଟାପାଟ ଓ ଆସନ୍ତା କାଲି ୧୫ତାରିଖ ମଙ୍ଗଳବାର ଅପରାହ୍ନରେ ଆରମ୍ଭ ହେବ ଉଡ଼ା ପର୍ବ।

ଏହି ଐତିହାସିକ ଉଡ଼ାପର୍ବରେ ମୟୁରଭଞ୍ଜ ସମେତ ପଡୋଶୀ ଜିଲ୍ଲାରୁ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ମା’ ବାସୁଳୀଙ୍କ ପୀଠପ୍ରାଙ୍ଗଣକୁ ବୁଲି ଆସିଥାନ୍ତି । ଚଳିତ ବର୍ଷ ମଧ୍ୟ ପ୍ରଚଣ୍ଟ ରୁଦ୍ରତାପ ସତ୍ୱେ ଲକ୍ଷାଧିକ ଲୋକଙ୍କର ସମାଗମକୁ ଲକ୍ଷ କରି ଗ୍ରାମ କମିଟି ତଥା ସ୍ଥାନୀୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ସ୍ଥାନୀୟ ବୟଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁସାରେ ତାଙ୍କ ବାପା ଜେଜେ ବାପାଙ୍କ ଅମଳରୁ ଗ୍ରାମ ଦେବତୀ ମା ବାସୁଳୀ ଆବିର୍ଭୁତ ହୋଇ ପୂଜା ପାଇ ଆସୁଥିଲେ। ଗ୍ରାମ ତଥା ଅଞ୍ଚଳର ଲୋକ ମାନଙ୍କ ସୁଖ ଶାନ୍ତି ପାଇଁ ମା’ ବାସୁଳୀଙ୍କ ଉଦେଶ୍ୟରେ ତତ୍‌କାଳୀନ ଗ୍ରାମ ବାସୀଙ୍କ ଦ୍ଵାରା ଏହି ଉଡା ଯାତ୍ରା ଆରମ୍ଭ ହୋଇଥିଲା। ମା ବାସୁଳୀଙ୍କର ସାତ ଭଉଣୀଙ୍କୁ ପରିବର୍ତ୍ତୀ ସମୟରେ  ଗ୍ରାମର ଅନ୍ୟ ସ୍ଥାନରେ ଆସ୍ଥାନ କରି ପୂଜା କରାଯାଉଥିଲା। ସେହିଦିନ ଠାରୁ ମା ଥାନଶୀର,ଜାମଶୀର, କାଳିକା, ବଡ଼ାମ, ମନ୍ଦାରମଣି, କନକ ଦୁର୍ଗା, ବାହୁତୀ ପୂଜା ପାଇ ଆସୁଛନ୍ତି।

ବହୁ ବର୍ଷ ପରେ ମହାଦେବ ମନ୍ଦିର ନିର୍ମାଣ କରାଯାଇ ଥାନ ପତି ଭାବେ ମୁକ୍ତେଶ୍ଵର ମହାଦେବଙ୍କୁ ସ୍ଥାପନା କରାଯାଇଥିଲା। ଏହି ଉଡା ଯାତ୍ରା ପହିଲା ବୈଶାଖୀର ୧୩ ଦିନ ପୂର୍ବରୁ ଭକ୍ତା ମାନେ ଶୁଦ୍ଧପୁତ ଭାବେ ହବିଷାନ୍ନ କରି ଏକାଙ୍ଗୀ ଭାବେ ଭକ୍ତା ମଣ୍ଡପରେ ରହିଥାଆନ୍ତି। ପ୍ରଥମ ଦିନରୁ ମହାଦେବ ଶିବ ଏବଂ ପାର୍ବତୀଙ୍କର ଅନ୍ୟ ରୂପ ବାସୁଳୀଙ୍କୁ ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା କରି ପଇତା ଧାରଣ କରିଥାଆନ୍ତି।

ପହିଲା ବୈଶାଖୀର ପୂର୍ବ ରାତ୍ରୀରେ ନିଶା ଘଟ ଗ୍ରାମ ପୁଷ୍କରିଣୀରୁ ନିଶା ଘଟ ଉତ୍ତୋଳନ କରି ଦଣ୍ଡ ନୃତ୍ୟ ଏବଂ ଢୋଲ ବାଦ୍ୟ ବଜାଇ ମଣ୍ଡପ ପ୍ରାଙ୍ଗଣରେ ରଖି ସାରା ରାତି ପୂଜାର୍ଚ୍ଚନାରେ ଭକ୍ତାମାନେ ନିଜକୁ ନିୟୋଜିତ କରିଥାଆନ୍ତି। ପଣା ସଂକ୍ରାନ୍ତି ପ୍ରାତଃରୁ ପୋଖରୀରୁ ସ୍ନାନ ସାରି ଗ୍ରାମ ପରିକ୍ରମା କରିଥାଆନ୍ତି। ଅପରାହ୍ନରେ ପ୍ରଥମେ ଏହି ଭକ୍ତା ମାନେ କଣ୍ଟାପାଟ, ଝୁଲାପାଟ ଓ ନିଆଁପାଟ ପରେ ପୁଣି ପୁଷ୍କରିଣୀରେ ସ୍ନାନ ସାରି ମଣ୍ଡପରେ ପହଞ୍ଚିବା ପରେ ରାତ୍ରୀରେ ନିଶାଘଟକୁ ଗ୍ରାମ ପରିକ୍ରମା କରିଥାଆନ୍ତି। 

ଅଧିକ ପଢ଼ନ୍ତୁ: ଓଡ଼ିଶା ଉପକୂଳରେ ୨ ମାସ ପାଇଁ ମାଛ ଧରିବା ନିଷେଧ: କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ କ୍ଷତିପୂରଣ ଦିଆଯିବ

ଆଜିର ଏହି କଣ୍ଟାପାଟ, ନିଆଁପାଟ, ଝୁଲାପାଟକୁ ଦେଖିବା ପାଇଁ ହଜାରେ ରୁ ଉର୍ଦ୍ଧ୍ୱ ଦର୍ଶକଙ୍କ ଭିଡ଼ ଜମିଥିଲା। ଗ୍ରାମର ଦେହୁରୀ ବିନ ଦଳେଇ ତାଙ୍କର ପୂର୍ବ ପିଢି ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ମା ବାସୁଳୀ ଙ୍କର ପୂଜାର୍ଚ୍ଚନା କରିଆସୁଛନ୍ତି। ଏହି ଉଡା ପର୍ବରେ ନିଜକୁ ସାମିଲ କରିବା ପାଇଁ ବହୁ ମାନସିକଧାରୀ ଗ୍ରାମର ଭକ୍ତା ମାନଙ୍କ ସହିତ ମିଶି ହବିଷାନ୍ନ କରିବା ପୂର୍ବକ ନିଜକୁ ଶୁଦ୍ଧପୁତ ଭାବେ ଏହାକୁ ପାଳନ କରିଥାଆନ୍ତି।

ପ୍ରଥା ଅନୁସାରେ  ପଣାସଂକ୍ରାନ୍ତି ପରଦିନ ଆସନ୍ତାକାଲି ମଙ୍ଗଳବାର ଉଡା ପଡ଼ିଆରେ ଉଡ଼ାଖୁଣ୍ଟ ସ୍ଥାପନ କରାଯାଇ ଦାଶୀ ଏବଂ ଭକ୍ତା ମାନେ ଉଡି ଉଡି ମା’ ଙ୍କର ପୁଷ୍ପ ଏବଂ ମିଷ୍ଟାନ୍ନ ବର୍ଷା କରିବେ ବୋଲି ବୟଜ୍ୟେଷ୍ଠ ବ୍ୟକ୍ତି ଗୋବିନ୍ଦ ପ୍ରଧାନ, ରାମକୃଷ୍ଣ ପ୍ରଧାନ , ରାମଚନ୍ଦ୍ର ପ୍ରଧାନ , ସୁରେନ୍ଦ୍ର ରାଉତ, ପରେଶ ଚନ୍ଦ୍ର ରାଉତ ପ୍ରମୁଖ ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ: ମୁର୍ଶିଦାବାଦ ହିଂସା : ଶାନ୍ତି ବଜାୟ ରଖିବାକୁ ମମତାଙ୍କ ନିବେଦନ

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe