ଐତିହାସିକ ସାଳିହା ପାହାଡ଼ ଧ୍ବଂସାଭିମୁଖୀ: ମାତିଛନ୍ତି ପଥର ମାଫିଆ

ଅସ୍ତିତ୍ୱ ହରାଇବାକୁ ବସିଛି ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ର ଐତିହାସିକ ସାଳିହା ପାହାଡ଼। ଏହି ପାହାଡ଼ ପାଦଦେଶରୁ ପ୍ରତିଦିନ ଅବାଧ ପଥରଖୋଳା ଚାଲିଛି। ପାହାଡ଼ର ଅବକ୍ଷୟ ନେଇ ପରିବେଶପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

fsfhfshffhfh

ନୂଆପଡ଼ା: ଅସ୍ତିତ୍ୱ ହରାଇବାକୁ ବସିଛି ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ର ଐତିହାସିକ ସାଳିହା ପାହାଡ଼। ଏହି ପାହାଡ଼ ପାଦଦେଶରୁ ପ୍ରତିଦିନ ଅବାଧ ପଥରଖୋଳା ଚାଲିଛି। ପାହାଡ଼ର ଅବକ୍ଷୟ ନେଇ ପରିବେଶପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ୧୯୩୦ ସେପ୍ଟେମ୍ବର ୩୦ରେ ବ୍ରିଟିସ୍‌ ପୁଲିସର ଲାଠି ଓ ଗୁଳିରେ ସଲିହାଗଡ଼ ପାହାଡ଼ ରକ୍ତରଞ୍ଜିତ ହୋଇ ଯାଇଥିଲା। ବ୍ରିଟିସରାଜର ଜଙ୍ଗଲ ବିଭାଗର ଜଙ୍ଗଲୀ କାନୁନ୍‌କୁ ବିରୋଧ କରିବା ଓ ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହକୁ ସମର୍ଥନ କରି ହଜାର ହଜାର ପୁରୁଷ, ମହିଳା ଏକ ସାଧାରଣ ସଭାରେ ଏଠାରେ ସମ୍ମିଳିତ ହୋଇଥିଲେ। ବ୍ରିଟିସ ପୁଲିସର ଅତର୍କିତ ଆକ୍ରମଣ ଯୋଗୁଁ ସଭାରେ ଉପସ୍ଥିତ ସମସ୍ତେ ଛିନ୍‌ଛତ୍ର ହୋଇଗଲେ। ଏହି ସାଳିହା ପାହାଡ଼ ମୂକସାକ୍ଷୀ ହୋଇ ରହିଛି। ଏହି ଐତିହାସିକ ପାହାଡ଼ ଏବେ ଧ୍ବଂସାଭିମୁଖୀ। ପଥର ଚାଲାଣ ଯୋଗୁଁ ଅଧା ପାହାଡ଼ କୋରି ହୋଇଗଲାଣି। ସାଳିହା ପାହାଡ଼ରେ ଅନେକ ବନ୍ୟପ୍ରାଣୀ ବସବାସ କରୁଥିବା ବେଳେ ସମ୍ପୂର୍ଣ୍ଣ ପାହାଡ଼ ନୂଆପଡ଼ା ରେଞ୍ଜ ଅଧୀନରେ ରହିଛି। ସ୍ଥାନୀୟ ଅଞ୍ଚଳରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ରାସ୍ତାଘାଟ, ପ୍ରକଳ୍ପ ନିର୍ମାଣ, ଘର ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା ପଥର ଓ ମାଟି ଏଠାରୁ ଚାଲାଣ ହେଉଛି।

ଏଥିରେ ରୋକ୍ ଲଗାଇବା ପାଇଁ ଲୋକେ ପ୍ରଶାସନର ହସ୍ତକ୍ଷେପ ଲୋଡୁଛନ୍ତି। ଏହାକୁ ପର୍ଯ୍ୟଟନସ୍ଥଳୀ ରୂପେ ସରକାର ମାନ୍ୟତା ଦିଅନ୍ତୁ ବୋଲି ସମାଜସେବୀ ଡା. କମଳ କିଶୋର ପଣ୍ଡା ଦାବି କରିଛନ୍ତି। ସେହିପରି ଏହି ସାଳିହା ପାହାଡ଼ରେ ବିସ୍ଫୋରଣ ହେତୁ ସାଳିହା ଓ ହଂସପୁରୀ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀଙ୍କୁ ପଚାରିବାରୁ ବର୍ତ୍ତମାନ ଖଣି ବିଭାଗକୁ ଦାୟିତ୍ବ ଦିଆଯାଇଛି। ଯଦି ଏକ ଐତିହାସିକ ପାହାଡ଼ ଧ୍ବଂସ ହେବାକୁ ଯାଉଛି ତା’ହେଲେ ଖଣି ବିଭାଗ ସହ ଆଲୋଚନା କରି ଏହାର ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe