ନଭେମ୍ବର ୨୩ରୁ ଐତିହାସିକ ବାଲିଯାତ୍ରା, ମେଳାରେ ରହିବ ୯୮୨ ଷ୍ଟଲ

Advertisment
ନଭେମ୍ବର ୨୩ରୁ ଐତିହାସିକ ବାଲିଯାତ୍ରା, ମେଳାରେ ରହିବ ୯୮୨ ଷ୍ଟଲ

କଟକ: କଟକର ଐତିହାସିକ ବାଲିଯାତ୍ରା ଆଗାମୀ ନଭେମ୍ବର ୨୩ରୁ ଆରମ୍ଭ ହେବ। ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ପ୍ରଥମ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଜିିଲ୍ଲାପାଳ ଅଗ୍ରଓ୍ଵାଲ ସୂଚନା ଦେଇଛନ୍ତି, ୭ ଦିନ ପାଇଁ ମହାନଦୀ କୂଳରେ ବାଲିଯାତ୍ରାର ଆୟୋଜନ ହେବ। ବିଶ୍ୱପ୍ରସିଦ୍ଧ ଏହି ଯାତ୍ରା ନଭେମ୍ବର ୨୯ରେ ଶେଷ ହେବ।

ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ପ୍ରସ୍ତୁତି ବୈଠକ ହୋଇଥିଲା। ବୈଠକ ପରେ ଜିଲ୍ଲାପାଳ ଅଗ୍ରଓ୍ଵାଲ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ବାଲିଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ କରାଯିବ। ସେ କହିଛନ୍ତି ଚଳିତ ଥର ବାଲିଯାତ୍ରା ପାଇଁ ୯୮୨ ଷ୍ଟଲର ବ୍ୟବସ୍ଥା କରାଯିବ। ଏହି ଷ୍ଟଲ ଗୁଡ଼ିକରେ ବିଭିନ୍ନ ଖାଦ୍ୟ-ପଦାର୍ଥ ସହିତ ଅନ୍ୟ ଜିନିଷ ଗୁଡ଼ିକ ପ୍ରଦର୍ଶନ ଏବଂ ବିକ୍ରି ହେବ। ଯାତ୍ରାରେ ନୂଆ ଷ୍ଟଲ ପଡ଼ିବ ନା ନାହିଁ, ଆଗାମୀ ବୈଠକରେ ନିଷ୍ପତ୍ତି ନିଆଯିବ।

ବ୍ୟବସାୟୀଙ୍କୁ ନଭେମ୍ବର ପ୍ରଥମ କିମ୍ବା ୨ୟ ସପ୍ତାହରେ ଷ୍ଟଲ ପାଇଁ ଜମି ଆବଣ୍ଟନ କରାଯିବ। ଗତ ବର୍ଷ ଅସ୍ଥାୟୀ ଭୂମି କର ବାବଦକୁ ବର୍ଗଫୁଟ ପ୍ରତି ୨୪ ଟଙ୍କାକୁ ବୃଦ୍ଧି କରାଯାଇଥିଲା କିନ୍ତୁ ଚଳିତ ବର୍ଷ ଏହା କେତେ ଟଙ୍କା ରଖାଯିବ ତାହା ଆଗାମୀ ବୈଠକରେ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe