ଐତିହାସିକ ବାଲିଯାତ୍ରା ଉଦ୍‌ଘାଟିତ

Advertisment
ଐତିହାସିକ ବାଲିଯାତ୍ରା ଉଦ୍‌ଘାଟିତ

କଟକ: ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତି, ଐତିହ୍ୟ ଓ ପରମ୍ପରାର ପ୍ରତୀକ କଟକର ଐତିହାସିକ ବାଲିଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ମହାନଦୀ ପଠାରେ ଆୟୋଜିତ ଯାତ୍ରାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଦ୍‌ଘାଟନ କରିଛନ୍ତି। ଆଠ ଦିନ ଯାଏଁ ଚାଲିବାକୁ ଥିବା ବାଲିଯାତ୍ରାରେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ରେଜା ସୂର୍ଯ୍ୟୋଦିପୁର ଯୋଗ ଦେଇଛନ୍ତି। ସେହିଭଳି ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ,କଟକର ସମସ୍ତ ବିଧାୟକ ଉପସ୍ଥିତ ଅଛନ୍ତି।

publive-image

ଚଳିତବର୍ଷ ବାଲିଯାତ୍ରାରେ ୪ଟି ମଞ୍ଚରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପ୍ରଥମ ଦିନ କେବଳ ବେଷ୍ଣବ ପାଣି ମଞ୍ଚରେ ଉଦ୍‌ଘାଟନୀ ଉତ୍ସବ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ରଙ୍ଗବତୀକୁ ରିମିକ୍ସ କରି ଚର୍ଚ୍ଚାରେ ଥିବା ସୋନା ମହାପାତ୍ର ଓ ଇଣ୍ଡିଆନ ଆଇଡଲ୍‌ ଋତୁରାଜ ମହାନ୍ତିଙ୍କ ଧମାକା। ବିଭିନ୍ନ ଦିନର କାର୍ଯ୍ୟକ୍ରମରେ ଦଲେର ମେହେନ୍ଦୀ, କେକେ, ଇରା ମହାନ୍ତି, ଅସୀମା ପଣ୍ଡା, ହ୍ୟୁମାନ ସାଗର, ଗୁଡୁଲି ରଥ, ଶୀତଲ ପାତ୍ର, ଗୁରୁ ରତିକାନ୍ତ ମହାପାତ୍ରଙ୍କ ଉପସ୍ଥିତି ବାଲିିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମକୁ ରଙ୍ଗୀନ କରିବ।

ଏଥର ପଥୋତ୍ସବ, ବାଲିଯାତ୍ରା ପଡ଼ିଆକୁ ରିକ୍ସାରେ ଯାତ୍ରା, ତାରକସୀ ଗ୍ୟାଲେରି, ନେବାଣିଜ୍ୟ ପ୍ରଦର୍ଶନୀ, ମହାନଦୀରେ ବୋଇତ ଯାତ୍ରା, ଅସ୍ଥାୟୀ ପୋଖରୀରେ ବୋଟିଂ ଭଳି ଅନେକ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe