ଶିକ୍ଷା ବିଭାଗ ପାଇଁ ଐତିହାସିକ ବଜେଟ୍: ଧର୍ମେନ୍ଦ୍ର

Advertisment
ସୀମା ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ: ସର୍ବଦଳୀୟ ବୈଠକ ଡାକି ସମାଧାନ ବାଟ ବାହାର କରାଯାଉ

ThePrint

ଭୁବନେଶ୍ବର : ଜଳିତ ବଜେଟ୍‌ରେ ଶିକ୍ଷା ବିଭାଗକୁ ପ୍ରଥମ ଥର ପାଇଁ ୧ଲକ୍ଷ ହଜାର ୨୭୭କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହି ଐତିହାସିକ ବଜେଟ୍ ଦେଶରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ବଜେଟ୍‌ ଉପରେ ପ୍ରତିକ୍ରିୟା ରଖି ଶ୍ରୀ ପ୍ରଧାନ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ବଜେଟ୍ ନୂଆ ଭାରତର ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ଏହି ବଜେଟ୍ ଉତ୍ସାହଜନକ, ଭବିଷ୍ୟତବାଦୀ, ଅଭିବୃଦ୍ଧିଭିତ୍ତିକ ଏବଂ ଲୋକାଭିମୁଖୀ ବଜେଟ୍। ସମାଜର ସବୁ ବର୍ଗଙ୍କୁ ଗୁରୁତ୍ୱ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆନ୍ତରିକ କୃତଜ୍ଞତା। ବଜେଟରେ ଚିଙ୍ଗୁଡ଼ି ଚାଷକୁ ପ୍ରୋତ୍ସାହନ, ଅଙ୍ଗନବାଡ଼ିର ବିକାଶ, ପଛୁଆ ଆକାଂକ୍ଷୀ ଜିଲ୍ଲାକୁ ପ୍ରାଧାନ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ଓଡ଼ିଶା ଭଳି ରାଜ୍ୟ ଅଧିକ ଲାଭବାନ ହେବ।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବିନିଯୋଗକୁ ୩୫.୪ ପ୍ରତିଶତକୁ ବୃଦ୍ଧି କରି ୭.୫ ଲକ୍ଷ କୋଟି ଟଙ୍କା କରାଯାଇଛି। ଏହି ପଦକ୍ଷେପ ଦ୍ୱାରା କେନ୍ଦ୍ର ସରକାର ଅର୍ଥନୀତିର ଅଭିବୃଦ୍ଧି, ଚାହିଦା ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe