ଇତିହାସ ରଚିଲା କୋହଲି ବାହିନୀ

Advertisment
ଇତିହାସ ରଚିଲା କୋହଲି ବାହିନୀ

ପୋର୍ଟ ଏଲିଜାବେଥ୍‌: ଦକ୍ଷିଣ ଆଫ୍ରିକା ମାଟିରେ ଅଢ଼େଇ ଦଶନ୍ଧି ଧରି ଯାହା ଅସମ୍ଭବ ଥିଲା ତାହାକୁ ସମ୍ଭବ କରିଛି କୋହଲି ବାହିନୀ। ପ୍ରଥମ ଥର ପାଇଁ ଦିନିକିଆ ଶୃଙ୍ଖଳା ଜିତି ଐତିହାସିକ ସଫଳତା ପାଇଛି ଭାରତୀୟ ଦଳ। ମଙ୍ଗଳବାର ପୋର୍ଟ ଏଲିଜାବେଥ୍‌ରେ ଅନୁଷ୍ଠିତ ପଞ୍ଚମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୭୩ ରନ୍‌ରେ ହରାଇ ଭାରତ ୬ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଗୋଟିଏ ମ୍ୟାଚ୍‌ ପୂର୍ବରୁ ୪-୧ରେ ହାସଲ କରିଛି। ଏଥି ସହିତ ଆଇସିସି ଦିନିକିଆର ଏକ ନମ୍ବର ମାନ୍ୟତାକୁ ମଧ୍ୟ ଦୃଢ଼ କରି ନେଇଛି। ଦୁଇ ଥର ବିଶ୍ୱକପ୍‌ ବିଜେତା ଭାରତୀୟ ଦଳ ବହୁବାର ପ୍ରୟାସ କରିଥିଲେ ମଧ୍ୟ କେବେ ବି ଆଫ୍ରିକା ଗସ୍ତରେ ଶୃଙ୍ଖଳା ବିଜୟ ହାସଲ କରିନଥିଲା। ରୋହିତ ଶର୍ମାଙ୍କ ବହୁ ପ୍ରତୀକ୍ଷିତ ଶତକ, କୁଲଦୀପ ଯାଦବଙ୍କ ୪ ଓ୍ଵିକେଟ୍‌ ସଫଳତା ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ବୋଲିଂ (୨/୩୦) ଓ କ୍ଷେତ୍ରରକ୍ଷଣ ଭାରତକୁ ଏହି ବହୁ ପ୍ରତୀକ୍ଷିତ ବିଜୟ ଭେଟି ଦେଇଥିଲା। ଭାରତର ୨୭୪ ରନ୍‌ ଜବାବରେ ଦକ୍ଷିଣ ଆଫ୍ରିକା ୭.୪ ଓଭର ପୂର୍ବରୁ ୨୦୧ ରନ୍‌ରେ ସୀମିତ ହୋଇଯାଇଥିଲା। ରୋହିତ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଥର ଜିତିଲା ଦିନିକିଆ ଶୃଙ୍ଖଳା
ରୋହିତ, କୁଲଦୀପଙ୍କ ଚମକ

୨୫ ବର୍ଷ ଅପେକ୍ଷାର ଅନ୍ତ

ପୋର୍ଟ ଏଲିଜାବେଥ୍‌: ଦକ୍ଷିଣ ଆଫ୍ରିକା ମାଟିରେ ଅଢ଼େଇ ଦଶନ୍ଧି ଧରି ଯାହା ଅସମ୍ଭବ ଥିଲା ତାହାକୁ ସମ୍ଭବ କରିଛି କୋହଲି ବାହିନୀ। ପ୍ରଥମ ଥର ପାଇଁ ଦିନିକିଆ ଶୃଙ୍ଖଳା ଜିତି ଐତିହାସିକ ସଫଳତା ପାଇଛି ଭାରତୀୟ ଦଳ। ମଙ୍ଗଳବାର ପୋର୍ଟ ଏଲିଜାବେଥ୍‌ରେ ଅନୁଷ୍ଠିତ ପଞ୍ଚମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୭୩ ରନ୍‌ରେ ହରାଇ ଭାରତ ୬ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଗୋଟିଏ ମ୍ୟାଚ୍‌ ପୂର୍ବରୁ ୪-୧ରେ ହାସଲ କରିଛି। ଏଥି ସହିତ ଆଇସିସି ଦିନିକିଆର ଏକ ନମ୍ବର ମାନ୍ୟତାକୁ ମଧ୍ୟ ଦୃଢ଼ କରି ନେଇଛି। ଦୁଇ ଥର ବିଶ୍ୱକପ୍‌ ବିଜେତା ଭାରତୀୟ ଦଳ ବହୁବାର ପ୍ରୟାସ କରିଥିଲେ ମଧ୍ୟ କେବେ ବି ଆଫ୍ରିକା ଗସ୍ତରେ ଶୃଙ୍ଖଳା ବିଜୟ ହାସଲ କରିନଥିଲା। ରୋହିତ ଶର୍ମାଙ୍କ ବହୁ ପ୍ରତୀକ୍ଷିତ ଶତକ, କୁଲଦୀପ ଯାଦବଙ୍କ ୪ ଓ୍ଵିକେଟ୍‌ ସଫଳତା ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ବୋଲିଂ (୨/୩୦) ଓ କ୍ଷେତ୍ରରକ୍ଷଣ ଭାରତକୁ ଏହି ବହୁ ପ୍ରତୀକ୍ଷିତ ବିଜୟ ଭେଟି ଦେଇଥିଲା। ଭାରତର ୨୭୪ ରନ୍‌ ଜବାବରେ ଦକ୍ଷିଣ ଆଫ୍ରିକା ୭.୪ ଓଭର ପୂର୍ବରୁ ୨୦୧ ରନ୍‌ରେ ସୀମିତ ହୋଇଯାଇଥିଲା। ରୋହିତ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ( ବିବରଣୀ ଖେଳ ପୃଷ୍ଠା)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe