ଇତିହାସ ପୃଷ୍ଠା: ରଥରେ ମୁଣ୍ଡ ଲଗେଇ ଠେଲୁଥିଲେ ହାତୀ

Advertisment
ଇତିହାସ ପୃଷ୍ଠା: ରଥରେ ମୁଣ୍ଡ ଲଗେଇ ଠେଲୁଥିଲେ ହାତୀ

ପୁରୀ: ଅତୀତରେ ବଡ଼ଦାଣ୍ଡ ବାଲୁକା ଶଯ୍ୟାରେ ଭରପୂର ଥିଲା। ବାଲୁକା ଶଯ୍ୟାରେ ରଥ ଟାଣିବା କଷ୍ଟ ସାଧ୍ୟ ହେଉଥିବାରୁ ହାତୀମାନେ ରଥ ପଛରୁ ମୁଣ୍ଡ ଲଗାଇ ରଥକୁ ଠେଲିବାରେ ସହଯୋଗ କରୁଥିଲେ। ଏହି ପରମ୍ପରା ଦୁଇଶହ ବର୍ଷ ତଳେ ମଧ୍ୟ ରହିଥିଲା ବୋଲି ଗବେଷକମାନେ ମତଦିଅନ୍ତି।

ପୁରୀର ଗଜପତିଙ୍କ ହାତୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ଗଜପତିଙ୍କ ହାତୀ ଅନ୍ୟସମୟରେ ମଙ୍ଗଳାହାଟ ନିକଟରେ ରହୁଥିଲେ ହେଁ ରଥ ସମୟରେ ହାତୀମାନେ ହାତୀଶାଳରେ ରହୁଥିଲେ। ସେତେବେଳେ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ହାତୀଶାଳ ଦିଲ୍ଲୀ ବାଳକରାମ ଦାସ ମଠ ରାଜାଙ୍କ ଅଧୀନରେ ଥିବାରୁ ରଥ ସମୟରେ ହାତୀ ଆସିଲେ ସେଇଠାରେ କିଛିଦିନ ରହୁଥିଲେ। ରଥ ପରେ ପୁଣି ସେମାନେ ଫେରି ଯାଉଥିଲେ। କିନ୍ତୁ ପରେ ହାତୀମାନେ ରଥ ଠେଲିବା ପରମ୍ପରା ବନ୍ଦ ହୋଇଗଲା। ଯଦିଓ ପରେ ମଧ୍ୟ ରଥଯାତ୍ରାରେ ହାତୀ ଆସୁଥିଲେ, ସେମାନେ କିନ୍ତୁ ରଥରେ ମୁଣ୍ଡ ଲଗାଉନଥିଲେ। ରାଜା ଛେରାପହଁରା କରିବା ପାଇଁ ଯିବା ସମୟରେ ହାତୀମାନେ ସେମାନଙ୍କ ସମ୍ମୁଖ ଭାଗରେ ଚାଲିଚାଲି ରଥ ପର୍ଯ୍ୟନ୍ତ ଆସୁଥିଲେ। ମାତ୍ର ଧୀରେଧୀରେ ଏହି ପରମ୍ପରା ବନ୍ଦ ହୋଇଗଲା।

ପରବର୍ତ୍ତୀ ସମୟରେ ହାତୀମାନଙ୍କୁ ରଥଯାତ୍ରାରେ ସାମିଲ୍ କରିବା ପାଇଁ ଉଦ୍ୟମ ହୋଇଥିଲା।ଏହିକ୍ରମରେ ଉତ୍ତରପ୍ରଦେଶର ମାହୁନ୍ତ ‘ଗଙ୍ଗାରାମ’ ନାମକ ହାତୀକୁ ନେଇ ଆସି ରଥରେ ସାମିଲ ହୋଇଥିଲେ। ମାତ୍ର ଫେରିବା ବାଟରେ ଏହି ହାତୀ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲା। ଏହାପରେ ୨୦୧୦ ମସିହାରେ ରଥଯାତ୍ରାରେ ହାତୀଙ୍କୁ ସାମିଲ କରିବା ପାଇଁ ପୁନଃ ପ୍ରଚେଷ୍ଟା କରାଯାଇଥିଲା। ଏନେଇ ବିହାର ଓ ଉତ୍ତରପ୍ରଦେଶର ମାହୁନ୍ତମାନଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା। ହେଲେ ଏଥିରୁ କୌଣସି ନିଷ୍କର୍ଷ ବାହାରି ପାରିନଥିଲା। ତେଣୁ ଆଉ ହାତୀମାନଙ୍କୁ ନିୟୋଜିତ କରାଗଲା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe