ରାଜ୍ୟର ୪ ଜିଲ୍ଲାକୁ ହିଟ୍‌-‌ୱେଭ୍‌ ୱାର୍ଣ୍ଣିଂ

Advertisment
ଆଜିଠାରୁ ପାଗ ଶୁଖିଲା, ବଢ଼ିବ ଖରା

DNA India

ଭୁବନେଶ୍ୱର : ଜୁନ୍‌ ପ୍ରଥମ ସପ୍ତାହ ଚାଲିଛି। ରାଜ୍ୟବାସୀ ପ୍ରାକ୍‌-ମୌସୁମୀ ବର୍ଷାରେ ଭିଜିବା କଥା। କିନ୍ତୁ ପ୍ରବଳ ଗରମ ଓ ଗୁଳୁଗୁଳିରେ ରାଜ୍ୟବାସୀ ସନ୍ତୁଳି ହେଉଛନ୍ତି। ଶନିବାର ଦିନ ରାଜ୍ୟର ୧୩ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪ସହରର ୪୪ଡିଗ୍ରି ପାର୍‌ କରିଛି। ଏହା ମଧ୍ୟରୁ ଅଧିକାଂଶ ସହର ପଶ୍ଚିମ ଓଡ଼ିଶାର ହୋଇଥିବା ବେଳେ ୪୫ଡିଗ୍ରି ତାପମାତ୍ରା ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ପଛକୁ ରହିଛି ଟିଟିଲାଗଡ଼ (୪୪.୮ ଡିଗ୍ରି), ସମ୍ବଲପୁର (୪୪.୭ଡିଗ୍ରି) ଓ ସୋନପୁର (୪୪.୫ ଡିଗ୍ରି)। ଅପରପକ୍ଷେ ଆଜି ଓ ୬ ତାରିଖ ପାଇଁ ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ବରଗଡ଼ ଜିଲ୍ଲା ପାଇଁ ହିଟ୍‌-ୱେଭ୍‌ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି ଦୁଇ ଦିନ ଖରା ବେଳେ ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିମାନେ ଖରାକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଧା ଓ ପୁରୀ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଶନିବାର ଦିନ ଭୁବନେଶ୍ବର ଓ କଟକର ସର୍ବୋଚ୍ଚ ତାପମାତ୍ରା ଯଥାକ୍ରମେ ୩୫.୭ଡିଗ୍ରି ଓ ୩୫.୬ଡିଗ୍ରି ରେକର୍ଡ ହୋଇଛି। ଆଜି ରାଜଧାନୀ ଓ ଏହାର ସଂଲଗ୍ନ ଅଞ୍ଚଳଗୁଡ଼ିକର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିବ। ପାଗ ଆଂଶିକ ମେଘୁଆ ଓ ଅପରାହ୍‌ଣ‌ରେ ହାଲୁକା ବର୍ଷା ମଧ୍ୟ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe