ହାଇଟେକ ସଂପତ୍ତି ବାଜ୍ୟାପ୍ତି ମାମଲା, ପ୍ରାଧିକୃତ ଅଧିକାରୀଙ୍କ ସାକ୍ଷ୍ୟ ଗ୍ରହଣ

Advertisment
ଆଉ ୪ଟି ପରିବାର ଅଦାଲତ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି

pd.co.ke

କଟକ : ହାଇଟେକ୍ ଗ୍ରୁପର ସଂପତ୍ତି ବାଜ୍ୟାପ୍ତି ମାମଲାରେ ଶନିବାର କଟକ ସ୍ବତନ୍ତ୍ର ଅଦାଲତରେ ସାକ୍ଷ୍ୟ ଗ୍ରହଣ ହୋଇଛି। ଅଦାଲତରେ ପ୍ରାଧିକୃତ ଅଧିକାରୀ ତଥା କଟକର ପୂର୍ବତନ ଏଡିଏମ୍ ରଘୁରାମ ଆର୍.ଆୟର ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ। ସେ ଏହି ଆବେଦନରେ ଆବେଦନକାରୀ ହୋଇଥିବା ବେଳେ ଦାଖଲ କରାଯାଇଥିବା ନଥିପତ୍ର ଚିହ୍ନଟ କରିଥିଲେ।

ଏଠା‌ରେ ସୂଚନାଯୋଗ୍ୟ ଯେ ପ୍ରଥମ ମାମଲାରେ ହାଇଟେକ୍‌ର ୬୩ କୋଟି ୫୫ ଲକ୍ଷ ୪୯ ହଜାର ୨୨୭ ଟଙ୍କା ବାଜ୍ୟାପ୍ତ କରି କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ କରିବାକୁ କଟକ ସ୍ବତନ୍ତ୍ର ଅଦାଲତ ଗତ ଜୁଲାଇରେ ନିର୍ଦ୍ଦେଶ ଦେଇଥିଲେ। ଏହା ହେଉଛି ହାଇଟେକ୍ ଗ୍ରୁପର ସଂପତ୍ତି ବାଜ୍ୟାପ୍ତି ସଂପର୍କିତ ଦ୍ବିତୀୟ ମାମଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜମି ଦେବା ନାଁରେ ସାଧାରଣ ଜମାକାରୀଙ୍କ ଟଙ୍କା ହଡପ ନେଇ ସଂସ୍ଥା ବିରୋଧରେ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହାଇଟେକ୍‌ର ସଂପତ୍ତି ଜବତ କରାଯାଇଥିଲା। ଭୁବନେଶ୍ବର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସଂସ୍ଥାର ୧୦ ଏକରରୁ ଊର୍ଦ୍ଧ୍ବ ଜମି ସହିତ ବ୍ରହ୍ମପୁରରେ ଥିବା ଫ୍ଲାଟ କ୍ରାଇମବ୍ରାଞ୍ଚ ଜବତ କରିଥିଲା। ଓପିଆଇଡି ଆଇନ ଅନୁସାରେ ହାଇଟେକର ଜବତ ସଂପତ୍ତି ବାଜ୍ୟାପ୍ତି ପାଇଁ କ୍ରାଇମବ୍ରାଞ୍ଚ୍‌ ଅର୍ଥ ବିଭାଗକୁ ଚିଠି ଲେଖିଥିଲା। ଅର୍ଥ ବିଭାଗ ପକ୍ଷରୁ ମଧୢବର୍ତ୍ତୀକାଳୀନ ନିର୍ଦ୍ଦେଶ (ଆଡ୍ ଇ‌‌ଣ୍ଟେରିମ୍ ଅର୍ଡର ଅଫ୍ ଆଟାଚମେଣ୍ଟ)ରେ ହାଇଟେକର ଜବତ ସଂପତ୍ତିର ପରଚାଳନା ଭାର ପ୍ରାଧିକୃତ ଅଧିକାରୀ ତଥା କଟକ ଏଡିଏମଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ଏହା ପରେ ପ୍ରାଧିକୃତ ଅଧିକାରୀ ଏହି ଟଙ୍କା ହାଇଟେକ୍ ଦ୍ବାରା କ୍ଷତିଗ୍ରସ୍ତ ଜମାକରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଅନୁମତି ଲୋଡି ସ୍ବତନ୍ତ୍ର ଅଦାଲତରେ ଓପିଆଇଡି ଆଇନ ଅନୁସାରେ ମାମଲା ରୁଜୁ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe