ଏଣିକି ବଢ଼ିବ ତାତି

Advertisment
ଏଣିକି ବଢ଼ିବ ତାତି

Photo by : indianexpress.com

ଭୁବନେଶ୍ୱର : ହଠାତ୍‌ ବଢ଼ିଛି ତାପମାତ୍ରା। ଗତକାଲି ପର୍ଯ୍ୟନ୍ତ ଶୀତ ଅନୁଭୂତ ହେଉଥିବା ବେଳେ ଆଜି ସବୁଠି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିଛି। ପୁରୀ, କେନ୍ଦୁଝରଗଡ଼, କୋରାପୁଟ ଓ ଦାରିଙ୍ଗବାଡ଼ିକୁ ଛାଡ଼ି ରାଜ୍ୟର ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଉପରକୁ ଚାଲିଯାଇଛି। କଟକ, ଭୁବନେଶ୍ୱର, ବାଲେଶ୍ୱର, ଗୋପାଳପୁର ପରି ସହରର ତାପମାତ୍ରା ୩ରୁ ୪ ଡିଗ୍ରି ବଢ଼ିଛି। ଟିଟିଲାଗଡ଼ ଓ ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୩ ଡିଗ୍ରି ରେକର୍ଡ ହୋଇଛି। ଦିନ ସମୟରେ ତାତି ଅନୁଭୂତ ହେଉଥିବା ବେଳେ ରାତିରେ ତାପମାତ୍ରା କମ୍‌ ରହୁଛି। ଗତ ୨୪ ଘଣ୍ଟାରେ କେବଳ ୫ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାରଠାରୁ ସମସ୍ତ ସହରର ଦିନ ତାପମାତ୍ରା ବଢ଼ିବ। ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ରାତିରେ ଥଣ୍ଡା ଜାରି ରହିବ। ଉପକୂଳ ଓଡ଼ିଶାରେ କିନ୍ତୁ କୁହୁଡ଼ି ଆଗଭଳି ରହିବ। ଧୀରେ ଧୀରେ ତାପମାତ୍ରା ବଢ଼ିବା ସହ ତାତି ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଫୁଲବାଣୀରେ ଆଜି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରି ଥିବା ବେଳେ ସୁନ୍ଦରଗଡ଼ରେ ୭.୫, ହୀରାକୁଦରେ ୮.୬, ଦାରିଙ୍ଗବାଡ଼ିରେ ୯ ଓ ସୋନପୁରରେ ୯.୮ ଡିଗ୍ରି ରେକର୍ଡ ହୋଇଛି। ଅନ୍ୟ ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe