HLCA approves 8 mega projects worth Rs. 1.51 lakh crore Photograph: (sambad.in)
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଚଏଲସିଏ) ୧.୫୧ ଲକ୍ଷ କୋଟି ଟଙ୍କାର ୮ଟି ମେଗା ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପଗୁଡ଼ିକ ୬୦,୨୦୦ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।
ବେଦାନ୍ତର ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଢେଙ୍କାନାଳରେ ୩ଏମଟିପିଏ ଆଲୁମିନିୟମ୍ ସ୍ମେଲ୍ଟର ଏବଂ ୪୯୦୦ ମେଗାୱାଟ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ପାଇଁ ୧.୨୮ ଲକ୍ଷ କୋଟି ଟଙ୍କା ମଞ୍ଜୁର। ଏହା ୩୦,୦୦୦ ନିଯୁକ୍ତି ସୃଷ୍ଟି କରିବ।
ସହାୟକ ଧାତୁ କ୍ଷେତ୍ରରେ ସମ୍ବଲପୁର ଏବଂ କେଉଁଝରରେ ଷ୍ଟାର ମେଟାଲ୍ ୱାର୍କ୍ସ ୨,୨୯୧ କୋଟି ଟଙ୍କା ନିବେଶ କରିବ। ଏହା ୨୫୦ ନିଯୁକ୍ତି ସୃଷ୍ଟି କରିବ। ସେହିପରି ସୁପ୍ରିମ୍ ମେଟାଲ୍ସ ୧୫୦୦ କୋଟି ଟଙ୍କା ନିବେଶ କରିବ। ଏହା ୬୮୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ବୟନ ଶିଳ୍ପ କ୍ଷେତ୍ରରେ ସ୍ପୋର୍ଟକିଙ୍ଗ୍ ଇଣ୍ଡିଆ ଖୋର୍ଦ୍ଧାରେ ଏକ କପା ଏବଂ ମିଶ୍ରିତ ସୂତା ୟୁନିଟ୍ ପାଇଁ ୨,୦୫୫ କୋଟି ଟଙ୍କା ନିବେଶ କରିବ।
ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଛଅଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ।
CM Mohan Charan Majhi | High Level Clearance Authority
Follow Us