ଏଚଏଲସିଏ ଦ୍ୱାରା ୧.୫୧ ଲକ୍ଷ କୋଟି ଟଙ୍କାର ୮ ମେଗା ପ୍ରକଳ୍ପକୁ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଚଏଲସିଏ) ୧.୫୧ ଲକ୍ଷ କୋଟି ଟଙ୍କାର ୮ଟି ମେଗା ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପଗୁଡ଼ିକ ୬୦,୨୦୦ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି....

HLCA approves 8 mega projects worth Rs. 1.51 lakh crore

HLCA approves 8 mega projects worth Rs. 1.51 lakh crore Photograph: (sambad.in)

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଚଏଲସିଏ) ୧.୫୧ ଲକ୍ଷ କୋଟି ଟଙ୍କାର ୮ଟି ମେଗା ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପଗୁଡ଼ିକ ୬୦,୨୦୦ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ବେଦାନ୍ତର ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଢେଙ୍କାନାଳରେ ୩ଏମଟିପିଏ ଆଲୁମିନିୟମ୍ ସ୍ମେଲ୍ଟର ଏବଂ ୪୯୦୦ ମେଗାୱାଟ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ପାଇଁ ୧.୨୮ ଲକ୍ଷ କୋଟି ଟଙ୍କା ମଞ୍ଜୁର। ଏହା  ୩୦,୦୦୦ ନିଯୁକ୍ତି ସୃଷ୍ଟି କରିବ।

ରାସାୟନିକ କ୍ଷେତ୍ର ନିବେଶ କ୍ଷେତ୍ରରେ ଏସଆରଏଫ  ଲିମିଟେଡ୍ ଗଞ୍ଜାମରେ ଏକ ସ୍ୱତନ୍ତ୍ର ରାସାୟନିକ ଏବଂ ରେଫ୍ରିଜରେଣ୍ଟ ୟୁନିଟ୍ ପାଇଁ ୧୦,୦୦୦ କୋଟି ଟଙ୍କା ନିବେଶ କରିବ। ଯାହା ଦ୍ୱାରା ୨୦,୦୦୦ ନିଯୁକ୍ତି ସୃଷ୍ଟି ହେବ।

ଇସ୍ପାତ ଏବଂ ଧାତୁ ପ୍ରକଳ୍ପ କ୍ଷେତ୍ରରେ  ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍ ଟେକ୍ ୩,୬୦୦ କୋଟି ଟଙ୍କା ନିବେଶ କରିବ। ଏହା  ୨୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଢେଙ୍କାନାଳ, କେଉଁଝର ଏବଂ ଯାଜପୁରରେ ଶ୍ୟାମ ଷ୍ଟିଲ୍ ୨,୪୯୦ କୋଟି ଟଙ୍କା ନିବେଶ କରିବ। ଏହା  ୨,୩୭୦ ନିଯୁକ୍ତି ସୃଷ୍ଟି କରିବ।  ଲିଣ୍ଡେ ଇଣ୍ଡିଆ ୧,୩୦୩.୫ କୋଟି ଟଙ୍କା ନିବେଶ କରିବ। ଏହା  ୧୦୦ ନିଯୁକ୍ତି ସୃଷ୍ଟି କରିବ।

ସହାୟକ ଧାତୁ କ୍ଷେତ୍ରରେ ସମ୍ବଲପୁର ଏବଂ କେଉଁଝରରେ ଷ୍ଟାର ମେଟାଲ୍ ୱାର୍କ୍ସ ୨,୨୯୧ କୋଟି ଟଙ୍କା ନିବେଶ କରିବ। ଏହା ୨୫୦ ନିଯୁକ୍ତି ସୃଷ୍ଟି କରିବ। ସେହିପରି  ସୁପ୍ରିମ୍ ମେଟାଲ୍ସ ୧୫୦୦ କୋଟି ଟଙ୍କା ନିବେଶ କରିବ। ଏହା  ୬୮୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ବୟନ ଶିଳ୍ପ କ୍ଷେତ୍ରରେ ସ୍ପୋର୍ଟକିଙ୍ଗ୍ ଇଣ୍ଡିଆ ଖୋର୍ଦ୍ଧାରେ ଏକ କପା ଏବଂ ମିଶ୍ରିତ ସୂତା ୟୁନିଟ୍ ପାଇଁ ୨,୦୫୫ କୋଟି ଟଙ୍କା ନିବେଶ କରିବ।

ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଛଅଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ।

CM Mohan Charan Majhi | High Level Clearance Authority

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe