ସାତ ବର୍ଷ ପରେ ପୁଣି ହକି ଇଣ୍ଡିଆ ଲିଗ୍‌: ଡିସେମ୍ବର ୨୭ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଓଡ଼ିଶାର ଟିମ୍‌ ଖେଳିବ ମ୍ୟାଚ୍‌

Advertisment
ସାତ ବର୍ଷ ପରେ ପୁଣି ହକି ଇଣ୍ଡିଆ ଲିଗ୍‌: ଡିସେମ୍ବର ୨୭ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଓଡ଼ିଶାର ଟିମ୍‌ ଖେଳିବ ମ୍ୟାଚ୍‌

ଭୁବନେଶ୍ବର: ସାତ ବର୍ଷ ପରେ ପୁଣି ଫେରିବ ହକି ଇଣ୍ଡିଆ ଲିଗ୍। ଆସନ୍ତା ଡିସେମ୍ବର ମାସ ୨୭ ତାରିଖରୁ ଫେବ୍ରୁଆରି ୧ ତାରିଖ ଭିତରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ମିଳିଥିବା ସୂଚନା ମୁତାବକ, ଏଥର ପୁରୁଷ ସହ ମହିଳା ଟିମ୍ ମଧ୍ୟ ସାମିଲ ହେବେ। ପୁରୁଷରେ ୮ଟି ଟିମ୍ ଏବଂ ମହିଳାରେ ୬ଟି ଟିମ୍ ସାମିଲ ହେବେ ବୋଲି ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ସୂଚନା ଦେଇଛନ୍ତି।

ଏଥର ଦୁଇଟି ଭେନ୍ୟୁରେ ହକି ଇଣ୍ଡିଆ ଲିଗ୍ ଖେଳାଯିବ। ରାଉରକେଲା ସହିତ ରାଞ୍ଚିରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଖେଳାଯିବ। ଏଥିସହିତ ଓଡ଼ିଶାର ମଧ୍ୟ ଗୋଟିଏ ଟିମ୍ ହକି ଇଣ୍ଡିଆ ଲିଗରେ ସ୍ଥାନ ପାଇବ ବୋଲି ଦିଲ୍ଲୀପ ତିର୍କୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୩ ମସିହାରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଇଥିଲା। ଯାହାକି ୨୦୧୭ ମସିହା ପର୍ୟ୍ୟନ୍ତ ଚାଲିଥିଲା। ୨୦୧୭ରେ କଳିଙ୍ଗ ଲାନ୍ସର୍ସ ଚାମ୍ପିୟନ୍ ହେଇଥିଲା। ତେବେ ଏହା ପରଠାରୁ କିନ୍ତୁ ହକି ଇଣ୍ଡିଆ ଲିଗ୍ ଆୟୋଜନ ହେଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe