କାଂସ୍ୟ ପଦକ ବିଜେତା ହକି ଟିମଙ୍କୁ ଭବ୍ୟ ସ୍ବାଗତ, କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଲେ ଖେଳାଳି

Advertisment
କାଂସ୍ୟ ପଦକ ବିଜେତା ହକି ଟିମଙ୍କୁ ଭବ୍ୟ ସ୍ବାଗତ, କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଲେ ଖେଳାଳି

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ହକି ଟିମକୁ ଭବ୍ୟ ସ୍ୱାଗତ। ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତାଙ୍କୁ ଓଡ଼ିଶା ମାଟିରେ ଜୋରଦାର ସ୍ୱାଗତ କରାଯାଇଛି। ରୋଡ଼ ସୋ’ କରି ବିମାନ ବନ୍ଦର ଠାରୁ କଳିଙ୍ଗ ଷ୍ଟାଡିୟମକୁ ଯାଇଛନ୍ତି ଖେଳାଳି। ରୋଡ଼ ସୋ’ରେ ଶହ ଶହ ଲୋକ ସାମିଲ ହୋଇଛନ୍ତି। ଏହି ସମୟରେ ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ପୁରୀ ସାହିଯାତ ନୃତ୍ୟ, ଛଉ ନୃତ୍ୟ, ଘୁମୁରା ନୃତ୍ୟ, ଆଦିବାସୀ ନୃତ୍ୟ, ସଂକୀର୍ତ୍ତନ ମଣ୍ଡଳୀ, ଢୋଲ ବାଜା ଆଦି ନୃତ୍ୟ ସାମିଲ ହୋଇଛି।

ବିମାନ ବନ୍ଦର ନିକଟରେ ସାଧାରଣ ଲୋକେ ଓ କଳାକାରମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳର ଖେଳାଳିଙ୍କୁ ରାଜ୍ୟ କନଭେନସନ ହଲରେ ଅପରାହ୍ନ ସାଢେ ୫ଟାରେ ସମ୍ବର୍ଦ୍ଧିତ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ। ପୂର୍ବ ଘୋଷଣା ଅନୁଯାୟୀ ପ୍ରତି ଖେଳାଳିଙ୍କୁ ୧୫ ଲକ୍ଷ ଏବଂ ସପୋର୍ଟିଂ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଖେଳାଳି ଅମିତ ରୋହିଦାସଙ୍କୁ ୪କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe