କଟକରେ ବିଶ୍ବକପ୍ ହକି ଉଦ୍‌ଘାଟନ ସମାରୋହ, ପ୍ରତିନିଧି ଦଳର ସ୍ଥିତି ସମୀକ୍ଷା

Advertisment
କଟକରେ ବିଶ୍ବକପ୍ ହକି ଉଦ୍‌ଘାଟନ ସମାରୋହ, ପ୍ରତିନିଧି ଦଳର ସ୍ଥିତି ସମୀକ୍ଷା

Sportz Business

କଟକ: ଐତିହାସିକ ବାଲିଯାତ୍ରାକୁ ନେଇ ଚଳିତବର୍ଷ କଟକ ସାରାବିଶ୍ବର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏବେ ପୁଣି ବିଶ୍ବରେ ନିଜର ପରିଚୟ ଜାହିର କରିବାକୁ ଯାଉଛି କଟକ ସହର। ୨୦୨୩ ବିଶ୍ବ କପ୍ ହକିର ଉଦ୍‌ଘାଟନୀ କାର୍ଯ୍ୟକ୍ରମ କଟକରେ ଆୟୋଜନ ହେବାକୁ ଯାଉଛି। ଜାନୁଆରି ୧୧ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ନିଜ ଜନ୍ମସ୍ଥାନ କଟକ ସହରକୁ ବାଛିବା କଟକ ସହରବାସୀଙ୍କ ପାଇଁ ଉତ୍ସାହର କାରଣ ହୋଇଛି। କଟକରେ ବିଶ୍ବକପ୍ ଉଦ୍‌ଘାଟନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କଟକ ଆସି ସ୍ଥିତି ସମୀକ୍ଷା କରିଛନ୍ତି। ଐତିହାସିକ ବାଲିଯାତ୍ରାର ସଫଳ ଆୟୋଜନ, କାଗଜ ଡଙ୍ଗା ପ୍ରସ୍ତୁତିରେ କଟକ ଗିନିସ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇବା ପରେ ଏବେ ବିଶ୍ବ କପ୍ ହକି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ କଟକ ପୌର ନିଗମ ଉପରେ ଭରସା କରିଥିବା କୁହାଯାଉଛି।

ଏ ସଂପର୍କରେ ମେୟର ସୁବାସ ସିଂହ କହିଛନ୍ତି ଯେ ବିଶ୍ବକପ ହକି ଉଦ୍‌ଘାଟନୀ କାର୍ଯ୍ୟକ୍ରମ କଟକରେ ଆୟୋଜନ ପାଇଁ ଆଜି ଏକ ପ୍ରତିନିଧି ଦଳ କଟକ ଆସିଥିଲେ। ପ୍ରତିନିଧି ଦଳ ସହିତ ସେ ଓ ପୌର ନିଗମର କମିସନର ନିଖିଲ ପୱନ କଲ୍ୟାଣ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ କଟକ ସହରକୁ ନୂଆ ରୂପରେ ପ୍ରସ୍ତୁତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe