ହୋଲ୍‌ଡିଂ ଟିକସ ରିହାତି ଅବଧି ଅଗଷ୍ଟ ୩୧ ଯାଏ ବଢ଼ିଲା

Advertisment
ଅର୍ଥ କମିସନଙ୍କ ଉଦ୍‌ବେଗକୁ ବେଖାତିର୍‌: ୧୮ ପୌର ସଂସ୍ଥାର ଅନାଦାୟ ହୋଲ୍ଡିଂ ଟିକସ ୧୭୮ କୋଟି

Prabhat Khabar

ଭୁବନେଶ୍ବର : ପୌରାଞ୍ଚଳରେ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ଦେଉଥିବା ଲୋକଙ୍କ ପାଇଁ ରିହାତି ବ୍ୟବସ୍ଥାକୁ ରାଜ୍ୟ ସରକାର ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। କରୋନା ପରିପ୍ରେକ୍ଷୀରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ରାଜ୍ୟର ମହାନଗର ନିଗମ, ପୌରପାଳିକା ଓ ଏନ୍‌ଏସିରେ ବସବାସ କରୁଥିବା ଲୋକଙ୍କ ପାଇଁ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ପଇଠ କ୍ଷେତ୍ରରେ ମଇ ମାସ ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ଥିଲା। ହେଲେ କରୋନା ପରିପ୍ରେକ୍ଷୀରେ ଅଧିକାଂଶ ଲୋକ ଟିକସ ପଇଠ କରିପାରି ନ ଥିବାରୁ ଏହି ମିଆଦ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଲୋକ କିପରି ସହଜରେ ଟିକସ ପଇଠ କରିପାରିବେ, ତାହା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି। ରିହାତି ଅବଧି ବୃଦ୍ଧି ଦ୍ବାରା କରଦାତାମାନେ ଏହାର ଫାଇଦା ପାଇବା ସହ ରାଜସ୍ବ ସଂଗ୍ରହ କ୍ଷେତ୍ରରେ ଏହା ସହାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe