ରତ୍ନ ସିଂହାସନରେ ପଛପାଖରେ ଗାତ! ଚୋରି ‌ହୋଇନି ତ ଶାଳଗ୍ରାମ?

Advertisment

ଜୁନ ୬ରେ ଖସିଥିଲା ପଥର, ଚାପି ଦେଇଛନ୍ତି, ଉଚ୍ଚସ୍ତରୀୟ ତଦନ୍ତ ହେଲେ ଫିଟିବ ରହସ୍ୟ

ଜୁନ ୬ରେ ଖସିଥିଲା ପଥର, ଚାପି ଦେଇଛନ୍ତି, ଉଚ୍ଚସ୍ତରୀୟ ତଦନ୍ତ ହେଲେ ଫିଟିବ ରହସ୍ୟ

ରତ୍ନ ସିଂହାସନରେ ପଛପାଖରେ ଗାତ! ଚୋରି ‌ହୋଇନି ତ ଶାଳଗ୍ରାମ?

ପୁରୀ : ରତ୍ନ ସିଂହାସନର ପଦ୍ମ ପାଖୁଡାରୁ ପଥର ଅପସାରଣ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଥମିନି। ଏମିତି ସମୟରେ ପୁଣି ଏକ ଚାଞ୍ଚଲ୍ୟକର ଅଭିଯୋଗ ସାମ୍ନାକୁ ଆସୁଛି। ମହାପ୍ରଭୁଙ୍କ ସିଂହାସନ ପଛ ଭାଗ ଚଟାଣରେ ଏକାଧିକ ଗର୍ତ୍ତ କରାଯାଇଥିବା ଅଭିଯୋଗ ହୋଇଛି। ଡ୍ରିଲ କରାଯାଇ ଏହି ଗାତ ହୋଇଛି ଓ ପରେ ସିମେଣ୍ଟ ଓ କଳା ରଙ୍ଗ ଦେଇ ଏହାକୁ ସମାନ କରାଯାଇଥିବା ନେଇ କିଛି ସେବକ ଅଭିଯୋଗ କରିଛନ୍ତି। ‌ସେବକମାନଙ୍କ ଅଭିଯୋଗ ହେଲା, ରତ୍ନ ସିଂହାସନ ପଦ୍ମପାଖୁଡ଼ାରୁ ପଥର ଅପସାରଣ ପ୍ରସଙ୍ଗ ନେଇ ତମ୍ବିତୋଫାନ ହେବା ପରେ ଆଜି କିଛି ସେବକ କୌତୂହଳ ବଶତଃ ରତ୍ନବେଦୀ ପଛପାଖ ଦୀପ ଲଗାଇ ଯାଞ୍ଚ କରିଥିଲେ। ପଛ ପାଖରେ କିଛି ଗାତ ହୋଇ ପରେ ସିମେଣ୍ଟ ଦେଇ ସମାନ କରାଯାଇଥିବା ସେମାନେ ଦେଖିଥିଲେ। ତେବେ ଏହି ଖବର ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହେଲାଣି। ଘଟଣାର ତୁରନ୍ତ ତଦନ୍ତ ଓ ଯାଞ୍ଚର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।

publive-image image source--wikiwand

ଯେହେତୁ ଶ୍ରୀମନ୍ଦିର ରତ୍ନସିଂହାସନ ତଳେ ଲକ୍ଷାଧିକ ଶାଳଗ୍ରାମ ପୋତାଯାଇଥିବା କୁହାଯାଏ, କେହି ଦୁର୍ବୃତ୍ତ ଏହି ଶାଳଗ୍ରାମ କାଢ଼ିବା ପାଇଁ ଉଦ୍ୟମ କରିଛି କି? କୁହାଯାଏ ଯେ ଶ୍ରୀମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠା ସମୟରେ ନେପାଳ ଗଣ୍ଡୁକୀ ନଦୀରୁ ଲକ୍ଷାଧିକ ଶାଳଗ୍ରାମ ଅଣାଯାଇ ପୋତାଯାଇଥିଲା। ପ୍ରତି ଶାଳଗ୍ରାମ ଗୋଟିଏ ଗୋଟିଏ ଜୀବନ୍ତ ଦେବତା। କାହିଁକି ଓ କେଉଁ ପରିସ୍ଥିତିରେ ରତ୍ନସିଂହାସନ ପଛ ଭାଗରେ ଗର୍ତ କରିବାକୁ ପଡିଲା, କେବେ ଏହି ଗର୍ତ ହୋଇଛି ଓ ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ ଅବଗତ ଅଛନ୍ତି କି ନାହିଁ? ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ଏଠାରେ ଯେଉଁ ସବୁ ଗାତ ଖୋଳିଛି କାହା ଅନୁମତି ନେଇ ଖୋଳିଛି? କାଳେ ବିବାଦ ସୃଷ୍ଟି ହେବ, ଏଥିପାଇଁ ଅତି ସମ୍ବେଦନଶୀଳ ଏହି ପ୍ରସଙ୍ଗକୁ ଚାପି ଦିଆଯାଇଛି କି? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଲାଣି।

କିଛି ସେବକଙ୍କ ମତ ହେଉଛି, ରଥ ଉପରେ ନୀତି ହେଉ କି ରଥ ସ୍ପର୍ଶ ପ୍ରସଙ୍ଗ ହେ‌ଉ ସବୁଥିରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅନୁମତି ନିଆଯାଏ। ହେଲେ ମହାପ୍ରଭୁଙ୍କ ଦିବ୍ୟ ରତ୍ନ ସିଂହାସନ ଓ ଏହାର ଚାରିପାଖ ମରାମତି ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କାହିଁକି ନିଆଯାଉନାହିଁ?

ଆହୁରି ଏକ ସାଂଘାତିକ ଅଭିଯୋଗ ହେଲା, ଗତ ଜୁନ ୬ ତାରିଖରେ ଗର୍ଭଗୃହ ଭିତରୁ ଏକ ପଥର ଖସିବା ଓ ଏହା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଲାଗିଛି। ଏହା କିନ୍ତୁ ଏଯାଏ ଲୋକଲୋଚନକୁ ଆସିନାହିଁ। ଏହି ଘଟଣାକୁ ଚାପି ଦିଆଯାଇଛି। ଗତ ୨୦୧୫-୧୬ରେ ମହାପ୍ରଭୁଙ୍କ ଗର୍ଭଗୃହ ଓ ଜଗମୋହନ ମରାମତି ହୋଇଥିଲା। ଏଥିରେ ୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିଭଳି ପୂର୍ବରୁ ରତ୍ନ ସିଂହାସନ ଚାରିପାଖରେ ଭକ୍ତମାନେ ପ୍ରଦକ୍ଷଣ କରୁଥିଲେ। ହେଲେ ୨୦୧୬ରେ ଜଗମୋହନ ମରାମତି ପରେ ମାନ୍ୟବର କୋର୍ଟ ଗର୍ଭଗୃହ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ପାଳିଆ ସେବକଙ୍କ ବ୍ୟତୀତ ଗର୍ଭଗୃହକୁ କାହାର ପ୍ରବେଶ ଅନୁମତି ନାହିଁ। ସେହିଦିନ ଠାରୁ ଗର୍ଭଗୃହ ପ୍ରବେଶ ଉପରେ କଟକଣା ଲାଗିଛି। ସାହାଣ ମେଲା ବି ବନ୍ଦ ରହିଛି। ଏବେ ପୁଣି ହଠାତ୍ କାହିଁକି ଗର୍ଭଗୃହର ମରାମତିର ଆବଶ୍ୟକ ପଡ଼ିଲା, ଯେଉଁଥିପାଇଁ ଖୋଳାଗଲା?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe