ସାରା ରାତି ଅଟକ ରହିଲେ ରେଭେନ୍ସା କୁଳପତି

Advertisment

ସକାଳ ୬ଟାରେ ଗଲେ ଘରକୁ, ଦୃଢ କାର୍ଯ୍ୟାନୁଷ୍ଠନ ହେବ: କର୍ତ୍ତୃପକ୍ଷ

ସକାଳ ୬ଟାରେ ଗଲେ ଘରକୁ, ଦୃଢ କାର୍ଯ୍ୟାନୁଷ୍ଠନ ହେବ: କର୍ତ୍ତୃପକ୍ଷ

ସାରା ରାତି ଅଟକ ରହିଲେ ରେଭେନ୍ସା କୁଳପତି

କଟକ: ସାରା ରାତି ଛାତ୍ରଛାତ୍ରୀଙ୍କ ଘେରରେ ଅଟକ ରହିଲେ ରେଭେନସା ବିଶ୍ବବିଦ୍ୟାଳୟ କୁଳପତି ଡକ୍ଟର ଇସାନ ପାତ୍ର ଏବଂ ଅନ୍ୟ ବରିଷ୍ଠ ଅଧ୍ୟାପକ। ୧୬ ଘଣ୍ଟାରୁ ଅଧିକ ସମୟ ଅଟକ ରହିବା ପରେ ଆଜି ସକାଳ ୬ଟାରେ ମୁକୁଳି ଘରକୁ ଯାଇଥିଲେ। ଗୋଟିଏ ପଟେ ରେଭେନ୍ସାରେ ଚଳିତ ‌ବର୍ଷ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ନିର୍ବାଚନ ହେବ ନାହିଁବୋଲି କର୍ତ୍ତୃପକ୍ଷ ଘୋଷଣା କରିଥିବା ବେଳେ ପ୍ରତ୍ୟକ୍ଷ ନିର୍ବାଚନ ଦାବିରେ ଛାତ୍ରଛାତ୍ରୀମାନେ ଗତକାଲି ରେଭେନ୍ସା କୁଳପତି ଓ କର୍ତ୍ତୃପକ୍ଷଙ୍କୁ ଘେରାଉ କରି ରଖିଥିଲେ। ଅନ୍ୟପଟେ ଯେଉଁ ଛାତ୍ରଛାତ୍ରୀ ଗତକାଲି ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ଘେରାଉ କରିଥିଲେ ଓ ବିଶ୍ବବିଦ୍ୟାଳୟ ହ‌େଷ୍ଟଲ ନିୟମକୁ ଭାଙ୍ଗିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ହଷ୍ଟେଲ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଶତାଧିକ ଛାତ୍ରଛାତ୍ରୀ ଗତକାଲି ରାତିରେ ହ‌େ‌‌ଷ୍ଟଲ ବାହାରେ ଥିବାରୁ ସେମାନଙ୍କ ବିରୋଧରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ରେଭେନ୍ସା କୁଳପତି କହିଛନ୍ତି। ଛାତ୍ରଛାତ୍ରୀ ୧୬ ଘଣ୍ଟା ଧରି କର୍ତ୍ତୃପକ୍ଷଙ୍କୁ ଘେରାଉ କରି ରଖିଥିବା ବେଳେ ନିୟମିତ ଔ‌ଷଧ ନେଉଥିବା ଅନେକ ବରିଷ୍ଠ ଅଧ୍ୟାପକ ବିନା ଔଷଧରେ ରାତି ୧୨ଟା ପରେ ଅସୁସ୍ଥ ହୋଇପଡି ଥିଲେ। ରାତି ସାଢେ ଦୁଇଟାରେ ପୁଲିସ ସମ୍ମିଳନୀ କକ୍ଷର ପଛ କବାଟକୁ ଖୋଲି ଯିବାକୁ କହିଥିବା ବେଳେ କୁଳପତି ଏହାକୁ ବାରଣ କରିଥିଲେ। ସେହିପରି ରାତି ସାଢେ ୩ଟାରେ ଏକ ଛାତ୍ରୀ ହଷ୍ଟେଲ ତାଲା ଭାଙ୍ଗି ୩୦ରୁ ଅଧିକ ଅନ୍ତେବାସୀ ଧାରଣା ସ୍ଥଳକୁ ଆସିଥିବା ମଧ୍ୟ ଅଭିଯୋଗ ହୋଇଛି। ରାତି ୯ଟା ସୁଧା ଛାତ୍ରୀ ଓ ୧୧ଟା ସୁଧା ଛାତ୍ରମାନେ ହଷ୍ଟେଲକୁ ଫେରିବାର ନିୟମ ରହିଛି। ମାତ୍ର ଗତକାଲି ଶତାଧିକ ଛାତ୍ରଛାତ୍ରୀ ସାରା ରାତି ହଷ୍ଟେଲ ବାହାରେ ଥିବାର ଅଭିଯୋଗ କରି କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠନ ନେବାକୁ ସ୍ଥିର କରିଛନ୍ତି। ଏନେଇ କୁଳପତି ପ୍ରଫେସର ହକ୍ଟର ଈସାନ ପାତ୍ର କହିଛନ୍ତି, ବିଶ୍ବବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ବଜାୟ ରଖିବାକୁ ପରୋକ୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ଏକଜିକ୍ୟୁଟିଭ୍‌ କାଉନସିଲ୍‌ରେ ସ୍ଥିର କରାଯାଇଥିଲା। ମାତ୍ର ଛାତ୍ରଛାତ୍ରୀ ଏହାକୁ ବିରୋଧ କରିବାରୁ ନିର୍ବାଚନକୁ ବାତିଲ୍ କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟର ନିୟମକୁ ଭାଙ୍ଗି କର୍ତ୍ତୃପକ୍ଷଙ୍କୁ ଘେରାଉ କରିଥିଲେ ଡିସିପ୍ଲିନାରି କମିଟି ସହଯୋଗରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe