କୋଣାର୍କରେ ପ୍ରାକୃତିକ ରଂଗରେ ଭିଜିଲେ ବିଦେଶୀ ପର୍ଯ୍ୟଟକ

କୋଣାର୍କରେ ପ୍ରାକୃତିକ ରଂଗରେ ଭିଜିଲେ ବିଦେଶୀ ପର୍ଯ୍ୟଟକ

କୋଣାର୍କ: ବିଦେଶୀ ପର୍ଯ୍ୟଟକମାନେ କୋଣାର୍କରେ ଓଡ଼ିଶାର ପାରମ୍ପାରିକ ଗଣପର୍ବ ହୋଲି ଉତ୍ସବ ଧୂମଧାମରେ ପାଳନ କରିଛନ୍ତ। ବିଦେଶୀ ପର୍ଯ୍ୟଟକମାନେ କୋଣାର୍କ-ପୁରୀ ବେଳାମାର୍ଗର ସାହୁଖଣତା ନିକଟରେ ପର୍ଯ୍ୟଟନ ପ୍ରକଳ୍ପ ଲୋଟସ ରିସର୍ଟ ପରିସରରେ ଓଡ଼ିଶା ପରିଭ୍ରମଣରେ ଆସିଥିବା ଡ଼. ମାଇକେଲ ଗ୍ରୁପର ୧୫ ଜଣ ଋଷିଆ ପର୍ଯ୍ୟଟକ ଅବସ୍ଥାନ କରିଛନ୍ତି। ସଂପ୍ରତି ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବର ଉତ୍ସବ ମୁଖର ପରିବେଶକୁ ଦେଖି ଏହି ବିଦେଶୀ ପର୍ଯ୍ୟଟକ ମାନେ ଲୋଟସ ରିସର୍ଟର ପରିଚାଳକ ଭାରତଭୂଷଣ ବିଶ୍ୱାଳଙ୍କ ଠାରୁ ଏସଂପର୍କରେ ପଚାରି ବୁଝିଥିଲେ। ଓଡ଼ିଶାର ବାରମାସର ତେରପର୍ବ ମଧ୍ୟରୁ ହୋଲିପର୍ବ ଅନ୍ୟତମ ଓ ଏହା ଓଡ଼ିଶାର ଏକ ଗଣପର୍ବ ବୋଲି ପରିଚାଳକ ଶ୍ରୀ ବିଶ୍ୱାଳ ଏହି ପର୍ଯ୍ୟଟକ ମାନଙ୍କୁ ଅବଗତ କରିଥିଲେ। ଏସଂପର୍କରେ ଅବଗତ ହେବାପରେ ବିଦେଶୀ ପର୍ଯ୍ୟଟକ ମାନେ ହୋଲି ପର୍ବ ପାଳିବା ପାଇଁ ଇଛା ପ୍ରକାଶ କରିଥିଲେ।

publive-image

ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ ରଂଗକୁ ଛାଡ଼ି ପର୍ଯ୍ୟଟକ ମାନେ ସଂପୂର୍ଣ୍ଣ ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ରଂଗରେ ହୋଲି ଖେଳିଥିଲେ। ହଳଦୀ, ଚନ୍ଦନ, ମୁଲତାନୀ ମାଟି, କଲରା, ଗାଜର, ତରଭୁଜ ଭଳି ସାମଗ୍ରୀକୁ ବାଟି ରଂଗ ଭାବେ ବ୍ୟବହାର କରି ବିଦେଶୀ ପର୍ଯ୍ୟଟକ ମାନେ ହୋଲିପର୍ବ ଧୁମଧାମରେ ପାଳନ କରିଥିଲେ । ପର୍ଯ୍ୟଟକ ମାନେ ସଂପୂର୍ଣ୍ଣ ଓତିଆ ପରିପାଟୀରେ ସଜ୍ଜିତ ହୋଇ ହୋଲି ମନାଇଥିଲେ । ପରସ୍ପରକୁ ମିଠା ଓ ପିଠା ଖୁଆଇବା ଅବସରରେ ସମସ୍ତେ ପରସ୍ପର ମଧ୍ୟରେ ଭାଇଚାରାର ସଂପର୍କକୁ ସୁଦୃଢ କରିଥିଲେ। ଲୋଟସ ରିସଟ କର୍ମଚାରୀ ମାନେ ମଧ୍ୟ ପର୍ଯ୍ୟଟକଙ୍କ ସହିତ ହୋଲି ଖେଳରେ ମସଗୁଲ ହୋଇ ଉଠିଥିଲେ।

publive-image

ଯଦି କୋଣାର୍କକୁ ରେଳପଥ ଓ ବିମାନପଥ ସଂଯୋଗୀକରଣ ହୋଇପାରନ୍ତା ତେବେ ଆହୁରି ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ କୋଣାର୍କକୁ ଆଗମନ ଘଟିପାରନ୍ତା ବୋଲି ଏହି ପର୍ଯ୍ୟଟକ ମାନେ ମତ ରଖିଥିଲେ। ଗତକିଛି ବର୍ଷ ଠାରୁ ଲୋଟସ ରିସର୍ଟରେ ଅବସ୍ଥାନ କରୁଥିବା ବିଦେଶୀ ପର୍ଯ୍ୟଟକ ମାନେ ଓଡ଼ିଶାର ପାରମ୍ପାରିକ ଦିପାବଳୀ ଓ ହୋଲିଭଳି ଉତ୍ସବକୁ ପାଳନ କରିବା ଦିଗରେ ପରିଚାଳକ ଭାରତଭୂଷଣ ବିଶ୍ୱାଳ ପ୍ରମୁଖ ଭୂମିକା ଗ୍ରହଣ କରିଥିବାର ଜଣାପଡ଼େ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe