ଛତ୍ରପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପୋଡ଼ମପେଟା ଗ୍ରାମରେ ହୋଲି ଖେଳ ପରେ ଏକ ଅଘଟଣ ଘଟିଛି। ହୋଲି ଖେଳି ସାରି ସମୁଦ୍ରରେ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ବୁଡ଼ି ଯାଇ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ରଙ୍କ ବୟସ ୧୦ବର୍ଷ ।
ପୂର୍ବହ୍ନ ୧୧ଟା ସମୟରେ ଗ୍ରାମର ମତ୍ସ୍ୟଜୀବୀ ବି.ବାବାଜୀଙ୍କ ପୁଅ ବି.ଚନ୍ଦନ ସାଙ୍ଗ ମାନଙ୍କ ସହ ହୋଲି ଖେଳ ସାରି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଅସାବଧାନତା ଯୋଗୁ ସେ ବୁଡି ଯାଇଥିଲେ ।
ସେଠାରେ ଉପସ୍ଥିତ ଥିବା କିଛି ଯୁବକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ ଛତ୍ରପୁର ମେଡିକାଲ ପରିସର ଶୋକର ଛାୟା ଖେଳିଯାଇଥିଲା ।
ଅଧିକ ପଢ଼ନ୍ତୁ: ପୁରୀର ପାରମ୍ପରିକ ହୋଲି ଉତ୍ସବରେ ଯୋଗଦେଲେ ହେମା ମାଳିନୀ
ଘଟଣାସ୍ଥଳରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପହଞ୍ଚିଥିଲେ । କିପରି ତୁରନ୍ତ ମୃତଦେହ ବ୍ୟବଚ୍ଛେଦ ହୋଇ ପାରିବ ତାହାର ବ୍ୟବସ୍ଥା କରିଥିଲେ ।
ଅଧିକ ପଢ଼ନ୍ତୁ: ପୁଲିସ ଅଧିକାରୀଙ୍କ ସହ ହୋଲି ପାଳନ କଲେ ମୁଖ୍ୟମନ୍ତ୍ରୀ, ଭିଡିଓ ଦେଖନ୍ତୁ