ହୋଲି ପାଇଁ ଗାଇଡଲାଇନ ଜାରି କଲା ବିଏମସି : ଦୋଳ ଓ ହୋଲି ପାଇଁ ହେବ ପୃଥକ୍ ନିୟମ

Advertisment
ହୋଲି ପାଇଁ ଗାଇଡଲାଇନ ଜାରି କଲା ବିଏମସି : ଦୋଳ ଓ ହୋଲି ପାଇଁ ହେବ ପୃଥକ୍ ନିୟମ

ଭୁବନେଶ୍ବର: ଚଳିତମାସ ଶେଷ ସପ୍ତାହରେ ହେବାକୁ ଥିବା ଦୋଳଯାତ୍ରା ଓ ହୋଲି ପର୍ବ ପାଳନ ଉପରେ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି। ଏନେଇ ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଦୋଳ ଓ ହୋଲି ପାଇଁ ପୃଥକ ପୃଥକ୍ ନିୟମ ରହିବ। ରାଜଧାନୀରେ ସର୍ବସାଧାରଣରେ ହୋଲି ଖେଳିବା ମନା। ନିଜ ଘରେ ପରିବାର ସଦସ୍ୟଙ୍କ ସହ ଲୋକେ ହୋଲି ଖେଳିପାରିବେ। ତେବେ ରାଜଧାନୀରେ ରଙ୍ଗ ଦୋକାନ ଖୋଲିବା ନେଇ କିଛି କଟକଣା ନାହିଁ। ଏଣେ ଦୋଳଯାତ୍ରାରେ ପ୍ରତ୍ୟେକ ବିମାନ ସହ ସର୍ବାଧିକ ୫ରୁ୬ଜଣଙ୍କୁ ଅନୁମତି ଦିଆଯାଇଛି। ଏସଆରସିଙ୍କ ଦ୍ୱାରା ଜାରି ଗାଇଡ଼ଲାଇନକୁ କଡ଼ାକଡ଼ି ପାଳନ କରାଯିବ ବୋଲି ସେ କହିଛନ୍ତି ।

ମେଳଣ ସ୍ଥାନରେ ଏକାସାଙ୍ଗରେ ନୁହଁ ବରଂ ପର୍ଯ୍ୟାୟ କ୍ରମେ ଆସିବ ବିମାନ। ମେଳଣରେ ମଧ୍ୟ ସର୍ବାଧିକ ୫୦ରୁ୬୦ଜଣଙ୍କୁ ଅନୁମତି ଦିଆଯିବ। ଏଥିପାଇଁ ଆୟୋଜକ ସ୍ୱତନ୍ତ୍ର ଭାବେ ଆବେଦନ କରି ଅନୁମତି ନେବେ ବୋଲି ବିଏମସି କମିସନର କହିଛନ୍ତି।
ରାଜ୍ୟରେ ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଶହେ ପାର କରିଛି। ଉଭୟ କଟକ ଓ ଭୁବନେଶ୍ୱରରେ ସଂଖ୍ୟା ବୃଦ୍ଧି ପାଇଛି। ଏଣୁ ଅସାବଧାନତା ନୁହଁ ବରଂ ସଚେତନତା ଓ ସତର୍କତା ଅବଲମ୍ବନ କରିବା ଜରୁରୀ। ଭୁବନେଶ୍ୱରରେ ଦୁଇଜଣ ବିଦେଶୀ ଫେରନ୍ତା ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଭଲ ଅଛି ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe