ହର୍ଷ ଉଲ୍ଲାସରେ ପାଳିତ ହେଲା ପବିତ୍ର ଇଦ୍-ଉଲ-ଜୁହା

ତ୍ୟାଗ ଓ ବଳିଦାନର ପର୍ବ ହେଉଛି ଉଦ୍-ଉଲ-ଜୁହା ବା ବକ୍ରି-ଇଦ୍ l ଏହି ପର୍ବ ସମଗ୍ର ବିଶ୍ୱରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ବୈଶିଙ୍ଗା ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନରେ ମଧ୍ୟ ଅନୁରୂପ ଢ଼ଙ୍ଗରେ ପାଳନ ହୋଇଛି ।

EID

ବୈଶିଙ୍ଗା: ତ୍ୟାଗ ଓ ବଳିଦାନର ପର୍ବ ହେଉଛି ଉଦ୍-ଉଲ-ଜୁହା ବା ବକ୍ରି-ଇଦ୍l ଏହି ପର୍ବ ସମଗ୍ର ବିଶ୍ୱରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଧ୍ୟ ଅନୁରୂପ ଢ଼ଙ୍ଗରେ ପାଳନ ହୋଇଛି। ଆଲ୍ଲାଙ୍କ ନିକଟରେ ନିଜକୁ ସମର୍ପଣ ଓ ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାର ସହ ଏହି ପର୍ବକୁ ପାଳନ କରିଥିଲେ ସମସ୍ତ ମୁସଲମାନ ଧର୍ମାବଲମ୍ବୀl 

ଏହି ଉପଲକ୍ଷେ ଗୋବିନ୍ଦରାୟପୁର, ତାଳପଦା, ଦାହିବାଡ଼ି ସ୍ଥିତ ଇଦ୍‌ଗାହ ପଡ଼ିଆ ଗୁଡ଼ିକରେ ଶହ ସଂଖ୍ୟାରେ ଇସଲାମ ଧର୍ମାବଲମ୍ବୀ ଏକତ୍ରିତ ହୋଇ ସମୂହ ନମାଜ ପାଠରେ ଭାଗ ନେଇଥିଲେ। ନମାଜ ପାଠ ପରେ ସମସ୍ତେ ପରସ୍ପରକୁ ଇଦ୍ ଶୁଭେଚ୍ଛା ଜଣାଇ ନିଜ ନିଜ ଘରକୁ ଫେରିଥିଲେ। କେବଳ ଇଦ୍‌ଗାହ ପଡ଼ିଆ ନୁହେଁ ଏହିଭଳି ପ୍ରାୟ ୭ଟି ସ୍ଥାନରେ ସମସ୍ତ ମସଜିଦରେ ମଧ୍ୟ ନମାଜ ପାଠ ହୋଇଥିଲାl

ଏହି ଅବସରରେ ମୁଖ୍ୟ ପ୍ରଚାରକ ମୌଲାନା ମୁକ୍ତି ଗୁଲାମ ହାଇଦର କହିଥିଲେ ଯେ ଇଦ୍-ଉଲ-ଜୁହା ଇସ୍ଲାମିକ ସମାଜରେ ବଳିଦାନ ଦିବସ ରୂପେ ସୁପରିଚିତl  ସମାଜରେ ବାସ୍ତବିକ ଖୁସି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ନିମନ୍ତେ ଆମ ସଭିଙ୍କୁ ତ୍ୟାଗ ଓ ବଳିଦାନ କରିବା ନିତାନ୍ତ ଆବଶ୍ୟକ ଅଛି। ଯଦି ପ୍ରତ୍ୟେକ ମନୁଷ୍ୟ ଉପରୋକ୍ତ ବଳିଦାନ ପାଇଁ ଆଗଭର ହୁଏ, ତେବେ ସମାଜରେ ଶାନ୍ତି ଓ ଭାତୃତ୍ୱ ଭାବ ପ୍ରତିଷ୍ଠା ହୋଇ ପାରିବ ବୋଲି ସେ ପ୍ରକାଶ କରିଥିଲେ।

ଏହା ପରେ ବିଶ୍ୱ ଶାନ୍ତି ଓ ଭ୍ରାତୃଭାବ ପାଇଁ ନିରବ ପ୍ରାର୍ଥନା କରା ଯାଇଥିଲା। ଅନ୍ୟ ପଟେ ଆଜି ଇଦ-ଉଲ-ଜୁହା ପାଳନ ଅବସରରେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବୈଶିଙ୍ଗା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Odisha | Mayurbhanj | eidul-azha 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe