ରେଳମନ୍ତ୍ରୀଙ୍କୁ ଭେଟିଲେ ରେଳବାଇ ଗୃହ କମିଟି

Advertisment
ରେଳମନ୍ତ୍ରୀଙ୍କୁ ଭେଟିଲେ ରେଳବାଇ ଗୃହ କମିଟି

ଭୁବନେଶ୍ୱର/ନୂଆଦିଲ୍ଲୀ: ରେଳ ବଜେଟରେ ଓଡିଶାକୁ ଅନୁଦାନ ହ୍ରାସ ପାଇଥିବାରୁ ରେଳମନ୍ତ୍ରୀ ପୀୟୁଷ ଗୋଏଲକୁ ଭେଟିଛି ରେଳବାଇ ଗୃହ କମିଟି । ଗତ ବଜେଟ ଠାରୁ ଏଥରର ବଜେଟରେ ୧୬୨୦ କୋଟି ଟଙ୍କା ଅନୁଦାନ ହ୍ରାସ ପାଇଛି । ଓଡ଼ିଶାର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରେଳ ଅନୁଦାନ ବୃଦ୍ଧି କରିବାକୁ ରେଳମନ୍ତ୍ରୀଙ୍କ ନିକଟରେ ଦାବି କରିଛି ରେଳ କମିଟି । ରାଜ୍ୟରେ ଚାଲୁ ରହିଥିବା ରେଳ ପ୍ରକଳ୍ପ ବାବଦରେ ଆବଶ୍ୟକତା ଠାରୁ କମ୍‌ ଦିଆଯାଇଛି।

ଏହାସହିତ ରାଜ୍ୟ ସରକାରଙ୍କ ଦାବି ମୁତାବକ କେନ୍ଦ୍ର ସରକାର ନୂତନ ପ୍ରକଳ୍ପ ପାଇଁ ବ୍ୟୟ ବରାଦ କରିନାହାନ୍ତି। ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀ ସ୍ଥିତ ରେଳଭବନରେ ସନ୍ଧ୍ୟାବେଳେ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି କମିଟି ସାନି ଦାବି ପତ୍ର ପ୍ରଦାନ କରିଛି |

ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ରେଳ ପ୍ରକଳ୍ପ ପାଇଁ ବ୍ୟୟବରାଦ ବଢ଼ାଇବାକୁ ଦାବି ହୋଇଛି । ଖଣିଜ ସମ୍ପଦ ଭରା ଓଡ଼ିଶାରେ ଯୋଗାଯୋଗର ଉନ୍ନତି ହେଲେ ରାଜ୍ୟ ଓ କେନ୍ଦ୍ରର ବିକାଶ ହୋଇପାରିବ ବୋଲି ଯୁକ୍ତି ବାଢ଼ିଛି ଗୃହ କମିଟି । ତେବେ ରେଳବାଇ ଗୃହ କମିଟିରୁ ଦୂରେଇ ରହିଛି ରାଜ୍ୟ ବିଜେପି । ତେବେ ଆଜି ବିରୋଧୀ ଦଳ ନେତାଙ୍କ ସମେତ କମିଟିରେ ଥିବା କୌଣସି ବି ବିଜେପି ସଦସ୍ୟ ଦିଲ୍ଲୀ ଯାଇନାହାନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe