କରୋନାର ମୁକାବିଲା ପାଇଁ କଟକରେ ଖାଦ୍ୟ ସାମଗ୍ରୀର ହୋମ୍ ଡେଲିଭରି ବ୍ୟବସ୍ଥା, ଜାରି ହେଲା ମୋବାଇଲ୍ ନମ୍ବର

Advertisment
କରୋନାର ମୁକାବିଲା ପାଇଁ କଟକରେ ଖାଦ୍ୟ ସାମଗ୍ରୀର ହୋମ୍ ଡେଲିଭରି ବ୍ୟବସ୍ଥା, ଜାରି ହେଲା ମୋବାଇଲ୍ ନମ୍ବର

image source-justdial

କଟକ: କରୋନାର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନ ପୌର ପ୍ରଶାସନର ସହଯୋଗରେ ସି ଏମ ସି ଅଞ୍ଚଳରେ ଜନଗହଳିକୁ କମ୍ କରିବା, ବଜାର ଉପରେ ନିୟନ୍ତ୍ରଣ ଆଦି କାର୍ଯ୍ୟ କରିବା ସହିତ ଅନ୍ୟାନ୍ୟ ମୌଳିକ କାର୍ଯ୍ୟ କ୍ଷେତ୍ରରେ ସାଧାରଣ ଲୋକେ ଯେପରି ଅସୁବିଧା ନ ଭୋଗନ୍ତି, ସେ ଦିଗରେ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନର ପରିସ୍ଥିତିରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଘର ଘରମାନଙ୍କରେ ସେବା( ହୋମ୍ ଡେଲିଭରି) ଯୋଗାଇଦେବା ପାଇଁ ସିଏମସି ତରଫରୁ ପଦକ୍ଷେପ ନିଆଯାଇଛି।

କଟକରେ ଥିବା ବିଗ୍ ବଜାର, ରିଲାଏନ୍ସ ଫ୍ରେସ୍ ଏବଂ ମେଟ୍ଟୋ ସୁପର୍ ମାର୍କେଟକୁ ଏଥିରେ ସାମିଲ କରାଯାଇଛି ବୋଲି ସିଏମସି କମିସନର ଅନନ୍ୟା ଦାସ ସୂଚନା ଦେଇଛନ୍ତି। ସେ ସବୁ ସ୍ଥାନମାନଙ୍କର ଠିକଣା, ଯୋଗାଯୋଗ ନଂ ଗୁଡ଼ିକ ମଧ୍ୟ ପ୍ରଦାନ କରିଛନ୍ତି।

publive-image

ତାହା ହେଲା ବିଗ୍ ବଜାରର ମୋବାଇଲ୍ ନଂ-୭୦୬୪୪୫୪୪୮୪, ରିଲାଏନ୍ସ ଫ୍ରେସ୍ ,ସିଡିଏ ସେକ୍ଟର-୬ ମୋବାଇଲ୍ ନଂ-୭୮୯୪୪୧୭୨୮୪ ସିଡିଏ ସେକ୍ଟର-୯ ମୋବାଇଲ୍ ନଂ-୭୬୮୨୮୨୨୦୨୮, ଦୋଳମୁଣ୍ଡାଇ-ମୋବାଇଲ୍ ନଂ-୭୦୦୮୧୬୭୦୦୭, ନୂଆବଜାର- ୭୮୯୪୪୫୫୭୬୭, କନିକା ଛକ-୭୮୯୪୪୧୭୨୮୩,କାଣ୍ଟନମେଣ୍ଟ ରୋଡ -୯୭୭୭୦୪୯୧୯୦, ମହାନଦୀ ବିହାର- ୭୦୦୮୯୮୬୩୨୬, ବକ୍ସି ବଜାର- ୮୯୧୭୪୦୦୧୦୭, ମେଟ୍ଟୋ ସୁପର୍ ମାର୍କେଟ (ସତୀଚଉରା ଓ ସିଡିଏ ସେକ୍ଟର-୯) ଫୋନ୍ ନଂ ୬୩୭୧୨୧୨୧୫୨।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe