ଗୃହ ବିଭାଗ କଣ୍ଟ୍ରୋଲ୍‌ ରୁମ୍‌ ବ୍ୟସ୍ତ ନେଇ ତନାଘନା

ଅସନ୍ତୋଷ ଜଣାଇଲେ ସତ୍ୟବାଦୀ ବିଧାୟକ, ଭୟଭୀତ ନ ହେବାକୁ ସାଂସଦଙ୍କ ଅନୁରୋଧ

୮ ଓଏଏସ୍‌ ଅଧିକାରୀଙ୍କ ବଦଳି

Eduvoice

ଭୁବନେଶ୍ବର : ସାରା ଦେଶରେ ତାଲାବନ୍ଦକୁ ନେଇ ଜନଜୀବନ ଠପ୍‌ ହୋଇଯାଇଛି। ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ସମସ୍ୟା ସମ୍ପର୍କରେ ସରକାର ଅବଗତ ହେବା ପାଇଁ ଗୃହ ବିଭାଗ ପକ୍ଷରୁ ଖୋଲାଯାଇଛି କଣ୍ଟ୍ରୋଲ୍‌ ରୁମ୍‌। ହେଲେ ସେ କଣ୍ଟ୍ରୋଲ୍‌ ରୁମ୍‌ଟି ଅଧିକାଂଶ ସମୟରେ ଠିକ୍‌ ରୂପେ କାମ କରୁନି। ଏ ନେଇ ଗତକାଲି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଜି ଲୋକସେବା ଭବନରେ ତନାଘନା ଆରମ୍ଭ ଆରମ୍ଭ ହୋଇଛି। ନିଜେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ବୈଠକ ଡାକି ଆଇଜି ଅପରେସନ୍‌ ତଥା ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଅମିତାଭ ଠାକୁର୍‌ ଓ ବିଭାଗୀୟ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ସେପଟେ କଣ୍ଟ୍ରୋଲ୍‌ ରୁମ୍‌ କାମ କରୁନଥିବା ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ସତ୍ୟବାଦୀର ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ। ସେ ଅଭିଯୋଗ କରିଛନ୍ତି ଯେ କଣାସ ବ୍ଲକ୍‌ର ପ୍ରାୟ ୪୦୦ ଶ୍ରମଜୀବୀ ଗୁଜୁରାଟ, ତାମିଲନାଡ଼ୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟରେ ଫସି ରହିଛନ୍ତି। ସେମାନଙ୍କ ଭିତରୁ କେହି ବି ଏ ଯାଏ ଓଡ଼ିଶା ଫେରିନାହାନ୍ତି। ଏ ନେଇ ଗୃହ ବିଭାଗର କଣ୍ଟ୍ରୋଲ୍‌ ରୁମ୍‌ ସହିତ ଯୋଗାଯାଗ କରାଗଲେ ବି କୌଣସି ଯୋଗାଯୋଗ ସମ୍ଭବ ହୋଇପାରୁନି। ତେଣୁ ସେ ବାଧ୍ୟ ହୋଇ ପ୍ରାୟ ୨୫୦ ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରି ଗୃହ ବିଭାଗରେ ଦେଇଛନ୍ତି। କଣ୍ଟ୍ରୋଲ୍‌ ରୁମ୍‌ କାମ କରୁନଥିବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି ମଧ୍ୟ କହିଛନ୍ତି।

ଅନ୍ୟପଟେ, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୁବାସ ସିଂହ କହିଲେ ‌ଯେ ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକମାନେ ଏହି ତାଲାବନ୍ଦ ସମୟରେ କିପରି ସୁରକ୍ଷାର ସହ ରହିବେ ସେଥିପାଇଁ ରାଜ୍ୟ ସରକାର ସେସବୁ ରାଜ୍ୟମାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏବେସୁଦ୍ଧା ୯ଟି ରାଜ୍ୟରେ ୧ ହଜାର ୮୩୨ ଜଣ ଶ୍ରମିକ ରହିଥିବା ଜଣାପଡ଼ିଛି। ଗୃହ ବିଭାଗର ୬ଟି ଟେଲିଫୋନ୍‌ ନମ୍ବର ସହ ଶ୍ରମ କମିସନର ଅଫିସରେ ଖୋଲା ଯାଇଥିବା ଗୋଟିଏ ନମ୍ବର ମିଶି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ୭ଟି ଫୋନ୍‌ ନମ୍ବର କାମ କରୁଛି। ଶ୍ରମ କମିସନର ଅଫିସରେ ଖୋଲାଯାଇଥିବା କଣ୍ଟ୍ରୋଲ୍‌ ରୁମ୍‌ ନମ୍ବରଟି ହେଉଛି ୧୮୦୦୩୪୫୬୭୦୩। ଆମ ରାଜ୍ୟରେ ୧୧ ହଜାର ୬୩୩ ଜଣ ବାହାର ରାଜ୍ୟର ଶ୍ରମିକମାନଙ୍କୁ ୪୨ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ଶ୍ରମିକମାନେ ଘରକୁ ଚାଲିଚାଲି ଘରକୁ ନ ଫେରି ଆଶ୍ରୟସ୍ଥଳୀରେ ରହିଯିବାକୁ ଶ୍ରୀ ସିଂହ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe