Image Courtesy of NDTV
କେନ୍ଦ୍ରାପଡ଼ା: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲାର ବଳଭଦ୍ରପୁରଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଆରଟିଓ ଚେକିଂ ବେଳେ ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କୁ ଗାଡ଼ି ମଡ଼ାଇ ପଳାଇଲା ଭ୍ୟାନ୍। ଏହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପ୍ରଦୀର କୁମାର ମହାପାତ୍ର।
ସୂଚନା ଅନୁଯାୟୀ ଆଜି ସକାଳେ ଜାତୀୟ ରାଜପଥ ବଳଭଦ୍ରପୁରଠାରେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଗାଡ଼ି ଚେକିଂ କରୁଥିଲେ। ଜଣେ ହୋମଗାର୍ଡ ଏକ ପିକଅପ ଭ୍ୟାନକୁ ଚେକିଂ ପାଇଁ ଅଟକାଇଥିଲେ। ହେଲେ ଗାଡ଼ି ଚାଳକ ଭ୍ୟାନକୁ ନ ଅଟକାଇ ତାଙ୍କ ଉପରକୁ ଗାଡ଼ି ମଡ଼ାଇ ପଳାଇଥିଲେ। ଏହାଫଳରେ ପ୍ରଦୀର କୁମାର ମହାପ୍ରାତ୍ରଙ୍କର ପ୍ରାଣହାନି ଘଟିଥିଲା। ଏହାପରେ ତାଙ୍କର ମୃତଦେହକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ଲାଗି ଅଣାଯାଇଛି।
Follow Us