ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରାଦୀପର ଦୋଛକିରେ ଡ୍ୟୁଟିରେ ଥିବା ହୋମଗାର୍ଡଙ୍କୁ ଚାପିଦେଲା ଲୁହାପଥର ବୋଝେଇ ଟ୍ରକ୍।
ମୃତ ହୋମଗାର୍ଡ ହେଲେ ସ୍ଥାନୀୟ ବାଲଡିହ ଗ୍ରାମର ରାଜନ ପ୍ରଧାନ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଉଭୟ ପାରାଦୀପ - କଟକ ଓ ଚଣ୍ଡିଖୋଲ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକ। ଆଜି ଭୋରରୁ ଧାଡ଼ି ଭାଙ୍ଗି ଯାଉଥିବା ଟ୍ରକକୁ ହୋମଗାର୍ଡ ରାଜନ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଟ୍ରକ ଧକ୍କା ଦେଇ ପଳାଇଥିଲା।
Follow Us