ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଗୃହରକ୍ଷୀ

Advertisment
ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଗୃହରକ୍ଷୀ

ଘୁ. ଉଦୟଗିରି: ଉଦୟଗିରି ସହରର ଗୌଡ଼ସାହିରେ ଘରଭଡ଼ା ନେଇ ରହୁଥିବା ଜଣେ ଗୃହରକ୍ଷୀ ଆତ୍ମହତ୍ୟା କରିଛନ୍ତି।
ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଗୃହରକ୍ଷୀଜଣକ ହେଉଛନ୍ତି ୩୯ ବର୍ଷିୟ ସୀମାଞ୍ଚଳ ମହାନ୍ତି। ସେ ଘୁ. ଉଦୟଗିରି ଥାନାରେ କାର୍ଯ୍ୟ କରୁଥିଲେ।

ଗତ ୩ ଦିନ ହେବ ତାଙ୍କର ଦେଖା ନ ଥିଲା। ତେଣୁ ସେ ତିନି ଦିନ ତଳୁ ଆତ୍ମହତ୍ୟା କରିଥିବେ ବୋଲି ଶବକୁ ଦେଖି ଅନୁମାନ କରାଯାଉଛି। କିଛି ବର୍ଷ ତଳେ ଏକ ଦୁର୍ଘଟଣାରେ ସୀମାଞ୍ଚଳଙ୍କର ଗୋଡ଼ରେ ଭୀଷଣ ଆଘାତ ଲାଗିଥିଲା। ଚିକିତ୍ସା ପରେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିଲେ। ଆଘାତ ଲାଗିଥିବା ସ୍ଥାନରେ ବ୍ୟଥା ପ୍ରବଳ ହେଉଥିବାରୁ ସେ ଖୁବ୍‌ କଷ୍ଟ ଅନୁଭବ କରୁଥିଲେ। କୌଣସି ସମସ୍ୟାକୁ ନେଇ ପାରିବାରିକ ଅଶାନ୍ତି ଯୋଗୁଁ ତାଙ୍କ ପତ୍ନୀ ମଧ୍ୟ ପାଖରେ ରହୁ ନ ଥିଲେ। ଏସବୁ କାରଣରୁ ସୀମାଞ୍ଚଳ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

publive-image

ଘଟଣାସ୍ଥଳରୁ ପୁଲିସ ସୀମାଞ୍ଚଳଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏସ୍‌ଆଇ ବିଭୁତିଭୂଷଣ ମୁଦୁଲି ଏହି ଘଟଣାର ତଦନ୍ତ କରୁଥିବା କଥା ଆଇଆଇସି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe