ଗୃହରକ୍ଷୀ ମହାସଂଘର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

Advertisment
ଗୃହରକ୍ଷୀ ମହାସଂଘର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଭୁବନେଶ୍ବର : ଗୃହରକ୍ଷୀମାନେ ୮ ଘଣ୍ଟାରୁ ଊର୍ଦ୍ଧ୍ବ କାମ କରୁଥିଲେ ମଧ୍ୟ ସେମାନଙ୍କୁ ତଦନୁଯାୟୀ ପାରିଶ୍ରମିକ ମିଳୁନାହିଁ। ୧୯୬୧ ଗୃହରକ୍ଷୀ ଆଇନ ଓ ୧୯୬୨ ନିୟମାବଳୀରେ ବ୍ୟାପକ ସଂଶୋଧନ ଆବଶ୍ୟକତା ରହିଛି। ଗୃହରକ୍ଷୀ ମହାସଂଘ ଏଭଳି ୭ ଦଫା ଦାବି ସହ ସୁପ୍ରିମକୋର୍ଟ ଆଦେଶ ପାଳନ ପାଇଁ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଆସୁଥିଲେ ମଧ୍ୟ ଏଯାବତ୍‌ ଦାବି ପୂରଣ ହୋଇନାହିଁ। ତେଣୁ ତୁରନ୍ତ ଦାବି ପୂରଣ କରିବା ପାଇଁ ମହାସଂଘ ପକ୍ଷରୁ ପୁଣିଥରେ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ମହାସଂଘ ସଭାପତି ଉପେନ୍ଦ୍ର ମହାପାତ୍ର। ସୂଚନାଯୋଗ୍ୟ ଯେ ରାଜ୍ୟରେ ୧୭ ହଜାର ୬୭୫ ଗୃହରକ୍ଷୀ ଏଭଳି ଅବହେଳିତ ଭାବ‌େ କାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe