ବଡ଼ଖବର: ହୋମଗାର୍ଡମାନଙ୍କୁ ଦୈନିକ ମିଳିବ ୫୦୦ ଟଙ୍କା!, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Advertisment
ଅଦାଲତ ଅବମାନନା ମାମଲା : ଉଚ୍ଚଶିକ୍ଷା ସଚିବ ବ୍ୟକ୍ତିଗତ ହାଜର

ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟରତ ହୋମଗାର୍ଡଙ୍କ ପାଇଁ ଖୁସିର ଖବର ଆସିଛି। ହାଇକୋର୍ଟଙ୍କ ଜଷ୍ଟିସ ବିଶ୍ୱନାଥ ରଥଙ୍କ କୋର୍ଟ ହୋମଗାର୍ଡମାନଙ୍କୁ ଦୈନିକ ୫୦୦ ଟଙ୍କା ଲେଖାଏଁ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥି ସହ ନିର୍ଦ୍ଦେଶରେ ହୋମଗାର୍ଡଙ୍କ ମାନ୍ୟତା ବଢ଼ାଇ ଦରମା ଦେବାକୁ କୁହାଯାଇଛି।

ନୂତନ ଦରମା ଗତ ଜାନୁଆରି ପହିଲାରୁ ପିଛିଲା ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ହୋଇଛି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମାସକ ମଧ୍ୟରେ ଲାଗୁ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାରଣ ସୁପ୍ରିମ କୋର୍ଟ ୨୦୧୬ରେ ହୋମଗାର୍ଡଙ୍କୁ ନେଇ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମ କୋର୍ଟ କହିଥିଲେ, ସର୍ବନିମ୍ନ ପୁଲିସ କର୍ମଚାରୀଙ୍କ ଦରମା ତତୁଲ୍ୟ କରାଯାଉ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ୮ଟି ରାଜ୍ୟ ଏହା ଲାଗୁ କରିଥିଲେ। କିନ୍ତୁ ଓଡ଼ିଶା ଏହାକୁ ଲାଗୁ କରି ନଥିଲା। ଫଳରେ ହୋମଗାର୍ଡ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ସୂଚନାଯୋଗ୍ୟ ଓଡ଼ିଶାରେ ଏବେ ମୋଟ ୧୭ ହଜାର ୬୭୫ ଜଣ ହୋମଗାର୍ଡ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe