ସରକାରୀ କର୍ମଚାରୀଙ୍କ ଗୃହ ଋଣ ସହାୟତା ବଢ଼ିଲା, ୮% ସୁଧରେ ୪୦ଲକ୍ଷ ପର୍ଯ୍ୟନ୍ତ ଋଣ ପାଇପାରିବେ

Advertisment
ଭୁବନେଶ୍ବରରେ ଗୃହ ଋଣର ପ୍ରବଳ ଚାହିଦା: ହାଇଦ୍ରାବାଦ ପରେ ଦ୍ବିତୀୟ ସର୍ବାଧିକ

Zee Business

ଭୁବନେଶ୍ବର : ସପ୍ତମ ବେତନ କମିସନ ସୁପାରିସ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହା ଉପରେ ସୁଧ ହାର ମଧ୍ୟ ୮%କୁ କମାଇ ଦିଆଯାଇଛି। ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମଚାରୀମାନଙ୍କୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି ଏବଂ ଏଥିରେ ସର୍ବାଧିକ ସୁଧ ହାର ୧୧.୫ ପ୍ରତିଶତ ଥିଲା।

ବର୍ତ୍ତମାନ ଗୃହ ନିର୍ମାଣ ସହାୟତା ପରିମାଣ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ସହିତ ସୁଧ ପରିମାଣ ପୂର୍ବାପେକ୍ଷା ୩.୫% କମିଛି। ଜାତୀୟ ପେନସନ୍ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସହାୟତା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe