ଗଞ୍ଜେଇ କାଉଡ଼ିଆମାନଙ୍କୁ ଧରିବାକୁ ଯାଇ ହୋମଗାର୍ଡ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

Advertisment
ଗଞ୍ଜେଇ କାଉଡ଼ିଆମାନଙ୍କୁ ଧରିବାକୁ ଯାଇ ହୋମଗାର୍ଡଙ୍କ ମୃତ୍ୟୁ: ସହିଦ୍ ଘୋଷଣା ସହ କ୍ଷତିପୂରଣ ଦେବା ଲାଗି ହୋମଗାର୍ଡ ସଂଘ ପକ୍ଷରୁ ଦାବି

ମାଲକାନଗିରି: ଗଞ୍ଜେଇ କାଉଡ଼ିଆମାନଙ୍କୁ ଧରିବାକୁ ଯାଇ ଜଣେ ହୋମଗାର୍ଡ ଗୁରୁତର ହୋଇଥିବାର ଖବର ମିଳିଛି। ଉକ୍ତ ହୋମଗାର୍ଡଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ୧୦୦ରୁ ଅଧିକ ଗଞ୍ଜେଇ କାଉଡ଼ିଆ ଭାରରେ ଗଞ୍ଜେଇ ଚୋରାଚାଲାଣ କରୁଥିବାର ଖବର ପାଇ ବାଲିମେଳା ପୁଲିସ୍ ସେମାନଙ୍କୁ ଧରିବା ଲାଗି ଗୋଡ଼ାଇଥିଲା।

publive-image

ପୁଲିସ୍ କର୍ମଚାରୀମାନେ ଚାଉଳିମେନ୍ଦି ନିକଟରେ ଅଟକାଇଥିଲେ। ସେଠାରେ ଗଞ୍ଜେଇ କାଉଡ଼ିଆ ମାନେ ପୁଲିସ୍ ଉପରକୁ ପାଲଟା ଆକ୍ରମଣ କରିଥିଲେ।ଏହି ସମୟରେ ଗଞ୍ଜେଇ କାଉଡ଼ିଆମାନେ ହୋମଗାର୍ଡ ବନବାସୀ ମହାରଣାଙ୍କୁ ଘେରିଯାଇ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହାପରେ ବନବାସୀ ମହାରଣାଙ୍କୁ ଗୁରୁତର ଅବସ୍ଥାରେ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକଙ୍କୁ ଏସଂପର୍କରେ ପଚାରିବାରୁ ହୋମଗାର୍ଡ ବନବାସୀ ମହାରଣା ଗୁରୁତର ଥିବା କହିଛନ୍ତି। ଏହି ଘଟଣା ଏବେ ସାରା ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe