ହୋମଗାର୍ଡଙ୍କ ମୃତ୍ୟୁ, ଅଂଶୁଘାତ ସନ୍ଦେହ

Advertisment
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ଡୁଡୁକା: ଆଗଲପୁର (ଡୁଡୁକା) ବ୍ଲକ୍ ପଟୁଆପାଲି ପଞ୍ଚାୟତ ଡୁମେରପାଲି ଗ୍ରାମର ଦେବରାଜ ବାଘ(୫୬ବର୍ଷ) ନାମକ ଜଣେ ହୋମଗାର୍ଡଙ୍କ ଶନିବାର ମୃତ୍ୟୁ ଘଟିଛି। ଅଂଶୁଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ପରିବାର ଲୋକଙ୍କ କହିବା ଅନୁସାରେ, ସେ ସାଲେଭଟା ଫାଣ୍ଡିରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିବା ବେଳେ ଗତ ୧୭ ତାରିଖରୁ ଡୁଙ୍ଗୁରିପାଲି ଲୋୟର ସୁକତେଲ ପ୍ରକଳ୍ପକୁ ଯାଇଥିଲେ। ଶନିବାର ଅପରାହ୍ଣ ୨ଟାରେ ଘରକୁ ଫେରି ପୋଷାକ ବଦଳାଉ ବା ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ପରିବାର ଠାରୁ ଖବର ପାଇ ସାଲେଭଟା ଫାଣ୍ଡି ଅଧିକାରୀ ସୁଶାନ୍ତ ଭୋଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବ ଉଦ୍ଧାର କରି ବଲାଙ୍ଗୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe