ଉଦ୍‌ଘାଟନର ୨ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଉନି ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟ, ଭଙ୍ଗା ଘରେ ବିପଦସଂକୁଳ ଭାବରେ ଚାଲିଛି ଚିକିତ୍ସା କାର୍ଯ୍ୟ

Advertisment
ଉଦ୍‌ଘାଟନର ୨ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଉନି ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟ, ଭଙ୍ଗା ଘରେ ବିପଦସଂକୁଳ ଭାବରେ ଚାଲିଛି ଚିକିତ୍ସା କାର୍ଯ୍ୟ

ଦଶପଲ୍ଲା : ଉଦ୍‌ଘାଟନର ୨ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇ ପାରୁନି ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟ। ଫଳରେ ଏକ ଭଙ୍ଗା ଘରେ ବିପଦସଂକୁଳ ଭାବରେ ଚିକିତ୍ସା କାର୍ଯ୍ୟ ଚାଲି ଆସୁଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି, ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ତେଣ୍ତାବାଡ଼ି ପଞ୍ଚାୟତର ପୋଇବାଡ଼ି ହୋମିଓପ୍ୟାଥି ଚିକିତ୍ସାଳୟରେ।

ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ଧରି ଏକ ଭଙ୍ଗା ଘରେ ଏହି ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟ ଚାଲିଆସୁଛି। ଅସରାଏ ବର୍ଷା ହେଲେ ଏହି ଚିକିତ୍ସାଳୟର ଛାତରୁ ପାଣି ଖସିବା ସହ ବାହାରର ପାଣି ଚିକିତ୍ସାଳୟ ମଧ୍ୟକୁ ପ୍ରବେଶ କରୁଛି। ଆଣ୍ଠୁଏ ଆଣ୍ଠୁଏ ପାଣିରେ ମଧ୍ୟ ଅନେକ ସମୟରେ ରୋଗୀମାନଙ୍କୁ ଚିକିତ୍ସା କରିବାକୁ ପଡ଼ୁଛି। ଏହାକୁ ନେଇ ଅଭିଯୋଗ ପରେ ନୂତନ ଚିକିତ୍ସାଳୟ ଗୃହ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୃହ ନିର୍ମାଣ କରାଯାଇଛି। ଏହି ଚିକିତ୍ସାଳୟକୁ ୨୦୧୬ ନଭେମ୍ବର ୧୨ ତାରିଖ ଦିନ ତତ୍କାଳୀନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସମେତ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ସରପଞ୍ଚ, ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ଉଦ୍‌ଘାଟନ କରିଥିଲେ। ମାତ୍ର ଉଦ୍‌ଘାଟନର ୨ ବର୍ଷ ପରେ ମଧ୍ୟ ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ହସ୍ତାନ୍ତର କରୁନଥିବା ସ୍ଥାନୀୟ ସରପଞ୍ଚ ବିଜୟିନୀ ପ୍ରଧାନ ଅଭିଯୋଗ କରିଛନ୍ତି, ଯାହାକୁ ନେଇ ବିପଦ ସଂକୁଳ ଭାବେ ପୁରୁଣା ଘରେ ଏହି ଚିକିତ୍ସାଳୟ ଚାଲି ଆସୁଥିବା ସରପଞ୍ଚ ଅଭିଯୋଗ କରିଛନ୍ତି। କିନ୍ତୁ ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ମତାମତ ପାଇଁ ଫୋନ୍‌ କରିଥିବା ବେଳେ ସେ ଫୋନ ଗ୍ରହଣ କରି ନାହାନ୍ତି। ତୁରନ୍ତ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe